-
ଜମିରୁ ହେଉନି ଜଳ ନିଷ୍କାସନ, ବ୍ୟାପକ ଫସଲ ନଷ୍ଟ ଆଶଙ୍କା
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମ ଠାରେ ଥିବା ଖରଖରି ନାଳ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ଗତ କିଛି ମାସ ତଳେ ନାଳ ପୁନଃଉଦ୍ଧାର ହେବା ସହ ଜଳ ନିଷ୍କାସନ ପାଇଁ ପାଇପ୍ ପଡିଲା । କିନ୍ତୁ ଆଗରୁ ଯେମିତି ଚାଷ ଜମିରେ ପାଣି ଜମି ରହୁଥିଲା ଏବେ ମଧ୍ୟ ସେମିତି ପାଣି ଜମି ରହୁଛି । ଫଳରେ ଚାଷୀ ମାନଙ୍କର ବ୍ୟାପକ ଫସଲ ନଷ୍ଟ ହେଉଛି ବୋଲି ଚାଷି ମାନେ ପ୍ରକାଶ କରିଛନ୍ତି । ଏଥିସହିତ ପର୍ଯ୍ୟାପ୍ତ ପରିମାଣର ପାଇପ ପଡିନଥିବା ହେତୁ ଜମିରୁ ଜଳ ନିଷ୍କାସନ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଜମିରେ ପାଣି ଜମି ରହିଛି । ଫଳରେ ଧାନ, ଆଖୁ ଆଦି ଫସଲ ନଷ୍ଟ ଆଶଙ୍କାକୁ ଏଡେଇ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିବିଶେଷ ମାନେ ଦୃଷ୍ଟି ଦେବା ସହ ପର୍ଯ୍ୟାପ୍ତ ପରିମାଣର ପାଇପ୍ ପକାଇବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି । ଆଗକୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।
ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।