ନୂଆଦିଲ୍ଲୀ , କେନ୍ଦ୍ର ବନ୍ଦର ଓ ଜଳ ଜାହାଜ ମନ୍ତ୍ରୀ ସର୍ବାନନ୍ଦ ସୋନଓାଲଙ୍କୁ ୍ ଅସମରୁ ରାଜ୍ୟସଭା ପ୍ରାର୍ଥୀ ମିଳିିବା ପରେ ସେ ପାର୍ଟୀ ନେତୃତ୍ୱ ପ୍ରତି କୃତଜ୍ଞତା ଜଣାଅଇଛନ୍ତି । ସେ ଏହି ଦାୟିୁତ୍ୱକୁ ସେ ଭଲଭାବରେ ତୁଲାଇବେ ବୋଲି କହିଛନ୍ତି ।
ଭାଜପା ଶନିବାର ଦିନ ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛି । ଦଳ ସୋନଓାଲଙ୍କୁ ଅସମରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି । ବୋଡ୍ଲେଣ୍ଡରେ ପିପୁଲସ୍ ଫ୍ରଁଟ୍ର ବିସ୍ୱଜିତ୍ ଦିମାରିଙ୍କଇସ୍ତଫା ପରେ ଏହି ସିଟ୍ ଖାଲି ହୋଇଥିଲା । ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିି, କେନ୍ଦ୍ରିୟ ଗୃହ ମନ୍ତ୍ରି ଅମିତଶାହେ ଓ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ ବରିଷ୍ଠ ନେତା ଏହି ଦାୟୁତ୍ୱ ପାଇଁ ତାଙ୍କୁ ବାଛିଛନ୍ତି । ତେଣୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଅସମର ପୂର୍ବତନ ମୂଖ୍ୟମନ୍ତ୍ରି ସୋନଓାଲ୍ କହିଛନ୍ତି ଯେ ସେ ଏହି ଦାୟୁତ୍ୱକୁ ଭଲଭାବରେ ତୁଲାଇବା ସହ ରାଷ୍ଟ୍ରର ସେବା କରିବେ ।
ଏଠାରେ ଉଲ୍ଲେଖେଯାଗ୍ୟ କଥାଯେ ମୋଦି ମନ୍ତ୍ରିମଣ୍ଡଳରେ ସୋନଓାଲ୍ ଓ ସୂଚନା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଡା. ଏଲ୍ ମୁରଗନ୍ ଏମିତି ମନ୍ତୀ ଥିଲେ ଯିଏକି କୌଣସି ସଦନର ସଦସ୍ୟ ନଥିଲେ । ଭାଜପା ମୁରୁଗନଙ୍କୁ ମଧ୍ୟପ୍ରଦେଶର ରାଜ୍ୟସଭା ପ୍ରାର୍ଥୀ କରିଛି । ଥାବରଚଂନ୍ଦ ଗହଲୋତଙ୍କୁ କର୍ନାଟକର ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପରେ ଏହି ସିଟ୍ରୁ ଇସ୍ତଫା ଦେଇଥିଲେ ।