ଭୁୁବନେଶ୍ୱର, ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ତଥା ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୋକବାର୍ତାରେ କହିଛନ୍ତି ଯେ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ତଥା ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦିକା ସମାଜସେବୀ ମନୋରମା ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତା ଶ୍ରୀମତି ମହାପାତ୍ରଙ୍କ ଲିଖିତ ପୁସ୍ତକ ଗୁଡ଼ିକ ବିଶେଷ ରୂପେ ନାରୀ ସଶକ୍ତିକରଣ ଏବଂ ଅଧିକାର ଉପରେ ଆଧାରିତ ।
ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଯୋଗଦାନକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଅନେକ ସମ୍ମାନର ଅଧିକାରୀ ତଥା ଓଜସ୍ୱିନୀ ବକ୍ତା ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି କରିଛି । ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।