ମାଲକାନଗିରି, ବାମନ ଜୟନ୍ତୀ , ବଡ଼ ଏକାଦଶୀ ଏବଂ ବିଶ୍ୱକର୍ମା ପୂଜା ଉପଲକ୍ଷେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା ଠାରେ ଥିବା ସାହିବସ୍ତିର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଖାତା , କଲମ , ପେନସିଲ , ବିଭିନ୍ନ ପାଠ୍ୟଉପକରଣ ବଣ୍ଟନ କରାଯାଇଛି ।ଶିକ୍ଷା ହିଁ ଅମୁଲ୍ୟ ସମ୍ପଦ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ମାଗଣାରେ ଯୋଗାଇ ଦେଉଥିବା ବେଳେ ଗରିବ ପିଲାମାନେ ଖାତା , କଲମ , ପେନସିଲ ଓ ଅନ୍ୟାନ ପାଠ୍ୟଉପକରଣ ଜିନିଷ କ୍ରୟ କରିପାରନ୍ତି ନାହିଁ । ତେଣୁ ଅ ନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବିଭାଗ ସଂଗଠନ ର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମାଜସେବୀ ଦିନେଶ ପଟ୍ଟନାୟକ, ଓ ଗୌ ସୁରକ୍ଷା ସମିତି ର ରାମକୃଷ୍ଣ ଚୌଧୁରୀ ବିଭିନ୍ନ ସାହି ବସ୍ତିରେ ବାମନ ଜୟନ୍ତୀ , ବଡ଼ ଏକାଦଶୀ ଏବଂ ବିଶ୍ୱକର୍ମା ପୂଜା ଉପଲକ୍ଷେ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଖାତା , କଲମ , ପେନସିଲ ସହ ଅନ୍ୟାନ ପାଠ୍ୟଉପକରଣ ଦେଇଛନ୍ତି ।
Related Stories
November 25, 2024