କନ୍ଧମାଳ – ଫୁଲବାଣୀ କରୋନେସନ୍ ପଡ଼ିଆ ଠାରେ ଫୁଲବାଣୀ କ୍ଳବର ସଭାପତି ଅଜୟ ସିଂଙ୍କ ପ୍ରଚେଷ୍ଟାରେ ଗତ ୧୪ ତାରିଖରେ ଆରମ୍ଭ ହୋଇଥିବା ୫ମ ଗ୍ରାମାଂଚଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୧୯ଣ୍ଟରବିବାର ଶେଷ ହୋଇଛି । ଶେଷ ଦିବସର ଫାଇନାଲ ପ୍ରତିଯୋଗୀତା ସାରଙ୍ଗଗଡ଼ ଓ ତଳପଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ତଳପଡାର ଫୁଟବଲ ଦଳ ଚମ୍ପିଆନ ହୋଇଥିବା ବେଳେ କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଗଡ ଦଳ ରନର୍ସ ଅପ୍ ହୋଇଛି ।
ଖେଳର ଦ୍ୱିତୀୟାର୍ଦ୍ଧରେ ତଳପଡ଼ାଦଳ ସାରଙ୍ଗଡକୁ ଗୋଟିଏ ଗୋଲ ଦେଇ ଥିଲା ଫଳରେ ତଳପଡା ଦଳ ୧-୦ ଗୋଲରେ ଚମ୍ପିୟନ ହୋଇଥିଲା । ଏହାର ଏଦଯାପନୀ ଉତ୍ସବରେ ଫୁଲବାଣୀ କ୍ଲବ ସଭାପତି ଅଜୟ କୁମାର ସିଂ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିପିଇୟୁଟିର ଅଧକ୍ଷ ହୃଦୟ ରଂଜନ ବେହେରା, ଅବସର ପ୍ରାପ୍ତ ସରକାରୀ କଲେଜ ପିଇଟ ବସନ୍ତ କୁମାର ବେହେରା, ପୂର୍ବତନ କ୍ରୀଡା ଶିକ୍ଷକ ପ୍ରଭାତ କୁମାର ଦାସ.କ୍ରିଡ଼ାବିତ ତଥା ଅବସରପ୍ରାପ୍ତ ପୋଲିସ ଫକିର କୁମାର ଦାସ,ପୂର୍ବତନ ଫୁଟବଲ ଖେଳାଳୀ ଜଳନ୍ଧର ବେହେରା ପ୍ରମୁଖ ଦେଇଥିଲେ । ଏହି ଟୁର୍ଣ୍ଣାମେଂଟରେ ପ୍ଲେୟାର ଅଫଦି ଟୁର୍ଣ୍ଣାମେଣ୍ଟ ଭାବେ ସାରଙ୍ଗଗଡ ଟିମ୍ ର ବାବୁଚନ୍ଦ୍ର ପ୍ରଧାନ ବିବେଚିତ ହୋଇଥିଲେ । ସେହିପରି ଏହି ପ୍ରତିଯୋଗୀତାର ଆରମ୍ଭରୁ ଖେଳ ଦେଖୁଥିବା ଶୃଙ୍ଖଳିତ ଦର୍ଶକ ଭାବେ ସାର୍ତାଗୁଡାର ପ୍ରାଣବନ୍ଧୁ କହଁର, ଫୁଲବାଣୀର ସୁରେଶ କହଁର ଓ ରାଜୁ ଦିଗାଲ ଏବଂ ଡାକପାଲର ପୂର୍ଣ୍ଣ ବେହେରାଙ୍କ ଭଳି ୪ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗୀତାର ଚାମ୍ପିୟନ ଟିମ୍ ତଳପଡାକୁ ୧୧ ହଜାର ୧୧୧ ଟଙ୍କାର ନଗଦ ଅର୍ଥରାଶି ସହିତ ଏକ ଟ୍ରଫି ଓ ରନର୍ସ ଦଳ ସାରଙ୍ଗଗଡ ଦଳକୁ ୭ ହଜାର ୭୭୭ଟଙ୍କା ନଗଦ ରାଶୀ ସହିତ ଏକ ରନର୍ସ ଟ୍ରଫି ଉଦଯାପନୀ ଦିବସର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଶେଷ ଦିବସର ଖେଳକୁ ରେଫରି ସୁସିଲ କୁମାର କହଁର ଓ ଉଦୟ ଶଙ୍କର କହଁଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ ।
ଆରମ୍ଭରୁ ପ୍ରିୟବ୍ରତ ତ୍ରିପାଠୀ,ପ୍ରକାଶ ଚନ୍ଦ୍ର କହଁର, କୃପାସିନ୍ଧୁ କହଁର, ଦେବରାଜ କହଁର,ପ୍ରଶାନ୍ତ ଚନ୍ଦ୍ର ବେହେରା,ଗୌରଚନ୍ଦ୍ର ମହାନ୍ତି, ନବୀନ କୁମାର ପ୍ରଧାନ,ଶମ୍ଭୁପ୍ରସାଦ ମଲ୍ଲିକ ଓ ସ୍ୱପ୍ନେଶ୍ୱର କହଁର ପ୍ରମୁଖ ପ୍ରତିଯୋଗୀତା ଗୁଡିକର ପରିଚାଳନା କରିଥିଲେ । ପରିଚାଳନା କରିଥିôବା ସମସ୍ତ ରେଫରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ଏହି ପ୍ରତିଯୋଗୀତାରେ ଜିଲାର ବିଭିନ୍ନ ଅଂଚଳରୁ ୧୬ଟି ଗ୍ରାମାଂଚଳ ଫୁଟବଲ୍ ଦଳ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ପରିଚାଳନା ଅଶୋକ କୁମାର ମହାନ୍ତି କରିଥିଲେ ।