
ଭୁୁବନେଶ୍ୱର, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ ଲୋକଙ୍କ ପ୍ରିୟତମ, ଦେଶର ସଫଳ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ।
ସେ ଆହୁରି ଲେଖିଛନ୍ତି ଯେ, ନିର୍ଣ୍ଣାୟକ ନେତୃତ୍ୱ, ଦୃଢ ଇଚ୍ଛାଶକ୍ତି ଏବଂ କଲ୍ୟାଣକାରୀ ନୀତିରେ ଆପଣ କେବଳ ଲୋକଙ୍କ ଜୀବନକୁ ସହଜ କରିନାହାନ୍ତି ବରଂ ଏକ ନିରାପଦ, ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଛନ୍ତି ।
ଦେଶ ପ୍ରତି ଆପଣଙ୍କ ସମପର୍ଣ, ଅକ୍ଲାନ୍ତ ପରିଶ୍ରମ, ଆନ୍ତରିକ ସେବା ଏବଂ ସମସ୍ତଙ୍କୁ ସାଙ୍ଗରେ ନେବାର ସଂକଳ୍ପ, ଆମ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ । ମହାପ୍ରଭୁଙ୍କ ପାଖରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି । ଆପଣ ସର୍ବଦା ଖୁସିରେ ରୁଅନ୍ତୁ ଏବଂ ଏହିପରି ରାଷ୍ଟ୍ର ସେବାରେ ନିୟୋଜିତ ରହିଥାନ୍ତୁ ।
ଆପଣଙ୍କ ମାର୍ଗଦର୍ଶନରେ ଉଜ୍ଜଳା ଭଳି ଯୋଜନାରେ ଗରିବ ମା’ ଏବଂ ଭଉଣୀଙ୍କ ଜୀବନରେ ସୁଧାର ଆଣିବା, ଏକବିଂଶ ଶତାବ୍ଦୀର ଭାରତର ଭବିଷ୍ୟତ ଗଠନ ତଥା ମାତା ଭାରତୀଙ୍କ ସେବା କରିବା ମୋ ପାଇଁ ସୌଭାଗ୍ୟର ବିଷୟ ।