
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ଓ ଜିଲ୍ଲା ରେଡ଼କ୍ରସ ଏବଂ ସ୍କାଉଟର ସହଯୋଗ କ୍ରମେ ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ ନିମନ୍ତେ ମହଗାଁ ଉଚ୍ଚ ବିଦ୍ଯାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଗୋଷ୍ଠୀ ଶିକ୍ଷାଧିକାରୀ ଚୈତନ୍ଯ ହୋତାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଶିକ୍ଷାଧିକାରୀ ରୂଦ୍ରେଶ୍ୱର ମେହେର, ବରିଷ୍ଠ ଶିକ୍ଷକ ଧବଳେଶ୍ୱର ମେହେର, ବୁଡ଼ୁରାମ ମେହେର, ଓଷ୍ଠାର ଜିଲ୍ଲା ସଂପାଦକ ରବିଂଦ୍ରନାଥ ଯୋଷୀ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝୀ, ସଂପାଦକ ବୈଷ୍ଣବ ମେହେର ପ୍ରମୁଖ ମଂଚାସିନ ଥିଲେ l ଆସନ୍ତା ସେପ୍ଟେମ୍ୱର ୨୬ ତାରିଖରେ ମହଗାଁ ହାଇସ୍କୁଲ ଠାରେ ରକ୍ତଦାନ ଶିବିର ଆୟୋଜନ ପାଇଁ ସ୍ଥିର କରାଯାଇଥିଲା l ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଭଳି ମହତ କାର୍ଯ୍ଯ କରିବାକୁ ଅନ୍ଯ ମାନଙ୍କୁ ଉତ୍ସାହିତ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା l ଶିବିରକୁ ସଫଳ କରିବାକୁ ସିଆରସିସି ଓ ଶିକ୍ଷକ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା l ଆଜିର ବୈଠକରେ ସିଆରସିସି ଦିବ୍ଯରଂଜନ ପାଢ଼ୀ, ରାକେଶ ମିଶ୍ର, ଶୋଭାରାମ ଜଗତ, ସୁଶିଲ ଯୋଷୀ, ମହେଶ୍ୱର ଗୁଆଲ, ସୁଦର୍ଶନ ଭୋଇ, ଜୟକୃଷ୍ଣ ଯୋଷୀ, ଦେବାନନ୍ଦ ବାଗ, ଶେଖର ଚଂଦ୍ର ବାଗ, ଶିକ୍ଷକ ରୂଦ୍ରମାଧବ ସା, ସଂଗ୍ରାମ କେଶରୀ ପ୍ରଧାନ, ମନୋରଞ୍ଜନ ମେହେର, କିଶୋର ସା, ତରୁଣ କୁମାର ମେହେର, ଦେବାଶିଷ ସାହୁ, ବସନ୍ତ ଦାଶ, ରମେଶ ଚନ୍ଦ୍ର ସା ପ୍ରମୁଖ ଉପସ୍ଥିତ ଥିଲେ l