ନୂଆପଡ଼ା,ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ପଞ୍ଚାୟତ ଗମ୍ଭାରୀଗୁଡା ଠାରେ ଆଞ୍ଚଳିକ କ୍ଷତ୍ରିୟ ବନ୍ଧୁଙ୍କୁ ନେଇ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ନୂଆଖାଇ ଭେଟଘାଟ ଦଶମୀ ତିଥିରେ ସମାଜର ସ୍ଥାୟୀ ସଭାପତି ପ୍ରଫୁଲ୍ଲ କୁମାର ଦଣ୍ଡସେନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସିନାପାଲି ବିଡ଼ିଓ ସଦାଶିବ ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର ଓ ମୁଖ୍ୟବକ୍ତା ଭାବରେ ନୂଆପଡା ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁର ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିଙ୍କ ଦ୍ଵାରା ଦେବପୂଜନ ପରେ ସଭାକର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ପର୍ବ ନୂଆଖାଇର ବିଶେଷତ୍ୱ ଓ କ୍ଷତ୍ରିୟ ମାନଙ୍କ ଗୁଣ ଗାରିମା ଉପରେ ଉପସ୍ଥିତ ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗମ୍ଭାରୀଗୁଡାର ରାଉତରାୟ ପରିବାର, ବିଶି ପରିବାର, ଦଣ୍ଡସେନା ପରିବାର, ପାତ୍ର ପରିବାର ଓ ପୂଜହାରୀ ପରିବାରର ଅବାଳ ବୃଦ୍ଧ ବନିତା ଉପସ୍ଥିତ ଥିଲେ। ପରସ୍ପର ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁସାରେ ନୂଆଖାଇ ଅଭିନନ୍ଦନ ଓ ଶୁଭେଚ୍ଛା ଆଦାନ ପ୍ରଦାନ ଓ ନୂଆଖାଇ ଜୁହାର ଭେଟର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କୋଦଣ୍ଡ ରାଉତରାୟ, ସଂଜୟ ସିଂ ଦଣ୍ଡସେନା, ଅଶୋକ ବିଶି, ତ୍ରିନାଥ ବିଶି, ଶ୍ୟାମସୁନ୍ଦର ବିଶି, କୈଳାସ ବିଶି, ହେରାମ୍ବ ବିଶି, ଚତୁର ରାଉତରାୟ, ତୁଲାରାମ ରାଉତରାୟ, ଶ୍ରୀକାନ୍ତ ସିଂ ଦଣ୍ଡସେନା, ମୋତିଲାଲ ବିଶି, ଗରିବ ପାତ୍ର, ଗୁଣସଗାର ପୁଝାରୀ, ଦେବାନନ୍ଦ ବିଶି ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ କ୍ଷତ୍ରିୟ ଯୁବ ସମାଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପରିଶେଷରେ ସଞ୍ଜୟ ସିଂ ଦଣ୍ଡସେନା ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ କରାଯାଇଥିଲା।