
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ ଖରିଆର ରାଜ ରାସ୍ତା କଥା କୁହନ୍ତୁ କିମ୍ବା ଗୁରଜୁଙ୍ଗ ଠାରୁ ବୋର୍ଡା ଛକ ପ୍ରଧାନ ମନ୍ତ୍ରୀ ରାସ୍ତା ଗ୍ରାମାଞ୍ଚଳ ରାସ୍ତା, ଏସବୁ ରାସ୍ତାର ଉନ୍ନତିକରଣ ନିମନ୍ତେ ସରକାର ଯେତେ ଯୋଜନା କଲେ ମଧ୍ୟ ରାସ୍ତାର ଦୁର୍ଦ୍ଦଶା ସରୁ ନାହିଁ । ଫଳରେ ଏସବୁ ରୁଟ୍ ରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟିଚାଲିଛି ଏବଂ ଅକାଳରେ ଲୋକଙ୍କ ଜୀବନ ହାନି ଘଟୁଛି । ଭବାନୀପାଟଣାରୁ ଖରିଆର ରାସ୍ତା ମଝିରେ ମଝିରେ ଏମିତି ଖରାପ ହୋଇ ଖାଲଖମା ହୋଇଛିଯେ ଗାଡି ଚାଳକ ସାମାନ୍ୟ ଅବହେଳା କଲେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରତି ଦିନ ଏହି ରାସ୍ତାରେ ହଜାର ହଜାର ଗାଡି ମୋଟର ଚାଲୁଛି, ସେହିଭଳି ଗୁରଜୁଙ୍ଗ ବୋରଡ଼ା ରାସ୍ତା ଅବସ୍ଥା ତଦ୍ରୁପ, ଚହଗାଁ ପଂଚାୟତର ଘଣ୍ଟ ବାହାଳୀ ଗ୍ରାମର ରାସ୍ତା ଅତି ଶୋଚନୀୟ ଅବସ୍ଥା ଥିବାରୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଗୁହାରି କରି କରି ଶେଷରେ ପ୍ରତିକ୍ରିୟାଶିଳ ହୋଇ ପ୍ରତିବାଦ କରିବା ସହ ସରକାରକୁ ଚେତାବନୀ ଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ କହୁଛନ୍ତି, ସ୍ଥାନୀୟ ସରପଞ୍ଚଙ୍କୁ କହିଲେ ମଧ୍ୟ ସେ ଫାଙ୍କି ଚାଲୁଥିବା କହୁଛନ୍ତି, କେବେ କେବେ ସରପଞ୍ଚ ଆମଦ୍ଵାରା ହେବନାହିଁ ବୋଲି କହନ୍ତି । ଏପରି ସ୍ଥିତିରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।