
କନ୍ଧମାଳ, ପାରିବାରିକ କଳହ ନେଲା ଜୀବନ । ସାନପୁଅ ଚୈତନ୍ୟଙ୍କୁ ମାରି ପୋତି ଦେଇଥିଲେ ବାପା ଓ ୨ ଭାଇ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପାଙ୍ଗୁରୁମିଲା ଗାଁରେ ପାରିବାରିକ କଳହକୁ ନେଇ ଘଟିଛି ହତ୍ୟାକାଣ୍ଡ । ପୁଅକୁ ହତ୍ୟା କରିଛନ୍ତି ବାପା ଓ ଦୁଇ ଭାଇ । ହତ୍ୟା ପରେ ଗାଁ ନିକଟସ୍ଥ ଭୁଶୁକୁଟି ଜଙ୍ଗଲରେ ବାପା ଓ ଭାଇ ମିଶି ପୋତିଦେଇ ଥିଲେ ମୃତଦେହ । ମୃତକ ହେଲେ ଚୈତନ୍ୟ ପୂଜାରୀ । ଖବର ପାଇ ବାଲିଗୁଡା ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି । ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତରେ ମୃତଦେହ ପୋତିଥିବା ସ୍ଥାନକୁ ଦେଖାଇଛି ହତ୍ୟାକାରୀ ବାପା । ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ବାଲିଗୁଡା ପୋଲିସ ।