
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମର ଦୂର୍ଗାଘର ନିକଟରେ ଜଳସେଚନ ନଦୀବନ୍ଧରେ ଷାଠିଏ ଫୁଟ ଲମ୍ବର ଏକ ଘାଇ ହୋଇଛି । ଘାଇ ହେବା ଫଳରେ ଭେଡାରେ ଥିବା ଏକର ଏକର ଧାନ ଜମିରେ ପାଣି ମାଡିଯାଇ ଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବାସହ ନିଳକଣ୍ଠପୁରର ୩ଟି ଓ୍ଵାର୍ଡ ର ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ଅନେକ ସମୟ ଆଗରୁ ବନ୍ଧରେ ଘଳିଆ ପଡିଥିଲେ ମଧ୍ୟ ଜଳସେଚନ ବିଭାଗର କର୍ମଚାରୀଙ୍କ ଅଣଦେଖା ପାଇଁ କ୍ରମେ ଏତେବଡ ଘାଇ ହୋଇ ଯାଇଥିଲା । ଗାଁ ଗୁଡିକରେ ଖାଲୁଆ ଯାଗାରେ ଥିବା ଘର ଗୁଡିକରେ ପାଣି ପଶି ଯାଇଛି ।ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।