ନୂଆପଡ଼ା, ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ପାର୍ଟ ଟାଇମ ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ବିନମ୍ର ଅନୁରୋଧ କରିଛନ୍ତି କଳା ଶିକ୍ଷକ ସଂଘ । ଶିକ୍ଷକଙ୍କ କହିବା ଅନୁଯାଇ, ଫିଜିକାଲ ଏଜୁକେସନ, ଭିଜୁଏଲ ଆର୍ଟ ଏଣ୍ଡ ପରଫର୍ମିଙ୍ଗ ଆର୍ଟ ଇଂଷ୍ଟ୍ରକ୍ଟରମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଭଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ସମଗ୍ର ଶିକ୍ଷା ଅଧୀନରେ ୨୦୧୩ ମସିହା ଠାରୁ ଅଦ୍ୟାବିଧ ଦୀର୍ଘ ୧୮ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି l ସରକାରଙ୍କର ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି । ସେଥିପାଇଁ ଭାରତ ସରକାର, ମାନବ ସଂସାଧନ ବିକାଶ ମନ୍ତ୍ରାଳୟ, ବିଦ୍ୟାଳୟ ଏବଂ ଗଣଶିକ୍ଷା ଓ ସାକ୍ଷରତା ବିଭାଗ ତରଫରୁ ସମସ୍ତ ସାମୟିକ ପ୍ରଶିକ୍ଷକ ମାନଙ୍କୁ ଏଲିମେଣ୍ଟାରୀ କଣ୍ଟ୍ରାକଚୁଆଲ କରାଯାଇ ୧୨ ମାସିକିଆ ଅନୁସାରେ ଦରମା ପ୍ରଦାନ କରାଯିବାକୁ ପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ରଖିଥିଲେ । କିନ୍ତୁ ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିନଥିବାରୁ ପ୍ରତି କ୍ଲାସ/ପିରିୟଡ଼ ଅନୁଯାୟୀ ନୋ ୱାର୍କ ନୋ ପେ ଅନୁସାରେ ୨୪ ଟି କ୍ଲାସ ଆଧାରରେ ଶିକ୍ଷକ ମାନଙ୍କୁ ଦରମା ପ୍ରଦାନ କରୁଥିବାରୁ ରାଜ୍ୟ କଳା ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ରାଜ୍ୟ ସରକାର କଳା ଓ କ୍ରୀଡ଼ା ଶିକ୍ଷକପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି କହିଥିଲେ ଏବଂ ପାର୍ଟ ଟାଇମ ଇଂଷ୍ଟ୍ରକ୍ଟର ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିବା ସାଙ୍ଗକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ଶିକ୍ଷକ ମାନଙ୍କର ଭବିଷ୍ୟତ ସୁରକ୍ଷା କରିବା ନିମନ୍ତେ ବିନମ୍ର ଅନୁରୋଧ କରିଥିଲେ ।