ପୁରୀ, କୃଷ୍ଣ ଜନ୍ମଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଗୁରୁବାର ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କୃଷ୍ଣ ଲୀଳାର ଶେଷ ଦିବସରେ କଂସ ବଦ୍ଧ ବିଧି ସମ୍ପନ୍ନ ହେବ । ଆଜି ମହାରାଜ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ । ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରକୁ ବାହାରିବେ ।
ଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୂମାନଙ୍କ ହାତରୁ ଲବଣୀ ଖାଇବା ପରେ ମଥୁରା ନଗର ଅର୍ଥାତ୍ ବଡ଼ଦାଣ୍ଡରେ ପହଂଚିବେ ସେଠାରେ କୃଷ୍ଣ ଲୀଳାର ଅନ୍ତିମ ପର୍ବ ସମ୍ପନ୍ନ ହେବ । ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷାସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ । ଯୁଦ୍ଧରେ ଶ୍ରୀକୃଷ୍ଣକଂସକୁ ବଦ୍ଧ କରିବା ପରେ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବେ ।