
ଦେହେରାଦୁନ୍୧୫ ,ଉତରାଖଣ୍ଡର ନବନିଯୁକ୍ତ ରାଜ୍ୟପାଳ ଲେଫ୍ଟନାଂଟ ଜେନରାଲ୍ ଗୁରୁମିତ ସିଂହ ଆଜି ରାଜଭବନରେ ରାଜ୍ୟପାଳ ପଦବୀର ଶପଥ ଗ୍ରହଣ କରିବେ । ଏହି ଅବସରରେ କ୍ୟାବିନେଟ୍ ମନ୍ତ୍ରି ଡାଂ ଧନ ସିଂ ରାଓତ୍ ଓ ଗଣେଶ ଯୋଶି, ସ୍ୱାମୀ ଯୋତି ସ୍ୱରା ନନ୍ଦ ସ୍ୱାଗତ କରିବେ । ଏଥିରେ ଗଢବାଲ୍ କମିକ୍ଷର ରବିନାଥ ରମଣ, ଡିଆଜି ନିରୁ ଗର୍ଗ, ଜିଲ୍ଲା ଅଧିକାରି ଆର୍ ରାଜେଶ୍ କୁମାର୍ ଓ ଏସ ଏସ୍ ପି ଜନ୍ମେଜୟ ଖଣ୍ଡୁରୀ ଉପସ୍ତିତ ରହିବେ ।
ହାଇକୋଟ୍ର ମୂଖ୍ୟବିଚାର ପତି ରାଧେବେନ୍ଦ୍ର ସିଂ ଚୌହାନ୍ ରାଜ୍ୟପାଳଙ୍କୁ ପଦ ଏବଂ ଗୋପନିୟତାର ଶପଥ କରାଇବେ । ରାଜଭବନରେ ଶପଥ ଗ୍ରହଣ ଉତ୍ସବ ପାଇଁ ସବୁପ୍ରକାର ବ୍ୟବସ୍ତା କରାଯାଇଅଛି । ରାଜ୍ୟପାଳ ବେବି ରାଣି ମୋର୍ଯ୍ୟଙ୍କ ପରେ ଲେଫ୍ଟନାଂଟ ଜେନରାଲ୍ ଗୁରୁମିତ ସିଂହଙ୍କୁ ନୁଆ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇ ଅଛି । ସେ ଚିନ୍ ମାମଲାର ବିଶେଷଜ୍ଞ ଅଟନ୍ତି ।