
ମାଲକାନଗିରି, ପୁଣି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି।ଏଥର ଅବକାରୀ ବିଭାଗ ବିରୋଧରେ ସ୍ୱର ଉଠାଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସୀ। ବିନା ଦୋଷରେ ନିରୀହ ଆଦିବାସୀ ଙ୍କୁ ଗଞ୍ଜେଇ କେଶ ରେ ଫସାଇଛି ମାଲକାନଗିରି ଅବକାରୀ ବିଭାଗ।ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସୀ।ନିଜର ଟାର୍ଗେଟ ପୂରଣ ପାଇଁ ବାରମ୍ବାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀଙ୍କ ଉପରେ ଗଞ୍ଜେଇ କେଶ ରେ ମିଛ ମକଦମା କରୁଛି ଅବକାରୀ ବିଭାଗ। ଏଇ କିଛିଦିନ ତଳେ ନକମାମୁଡ଼ି ଅଞ୍ଚଳରେ ଜଣକ ଘରେ ଗଞ୍ଜେଇ ଥୋଇଦେଇ ବାଟରୁ ନିରୀହ ଆଦିବାସୀଙ୍କୁ ଉଠାଇ ନେଇ ଜେଲ ରେ ଭର୍ତ୍ତି କରୁଛି ଅବକାରୀ ବିଭାଗ।ଏଭଳି ଜୁଲୁମ ବନ୍ଦ ନକଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ସାମ୍ନା କରିବ ମାଲକାନଗିରି ଅବିକାରୀ ବିଭାଗ ଏଭଳି ଧମକ ଦେଇଛନ୍ତି ସ୍ୱାଭିମାନ ଅଞ୍ଚଳ ଲୋକେ। ଯେଉଁ ଅଧିକାରୀ ଏଥିରେ ସମ୍ପୁକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଆଉ ମିଛ ମକଦମା ରେ ଫସିଥିବା ଆଦିବାସୀ ଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ପ୍ରଜାମେଳି ରେ ଦାବି କରିଛନ୍ତି!