ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳବାସୀ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳଙ୍କୁ ଭେଟିଛନ୍ତି । ସେମାନଙ୍କର ସମସ୍ୟା ଗୁଡ଼ିକ ହେଲା, ସ୍ୱାଭିମାନ ଅଞ୍ଚଳର ଲୋକମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଅଧିନରେ କରିଥିବା କାମଗୁଡିକ ର ବିଲ ବହୁତ ଦିନ ହେଲାଣି ପାଇନାହାନ୍ତି ସେହି ବିଲ ଗୁଡ଼ିକ କରିବା । ସ୍ୱାଭିମାନ ଅଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅଧିନରେ ହୋଇଥିବା ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ହେବା ପରେ ସରକାର ଏହାର ତଦନ୍ତ କରି ଜାନୁଆରୀ ମାସରେ ଚିତ୍ରକୋଣ୍ଡା ବ୍ଲକର ପୂର୍ବତନ ବିଡିଓ ଓ କନିଷ୍ଠଯନ୍ତ୍ରୀ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ।ଲୋକଙ୍କ କହିବା ଅନୁସାରେ ସରକାର ଦୁର୍ନୀତି ଅଭିଯୋଗ ହେବାପରେ ବିଡିଓ ଓ କନିଷ୍ଠଯନ୍ତ୍ରୀ ଙ୍କୁ ନିଲମ୍ବନକରି ଚୁପ ରହିଗଲେ । ସ୍ୱାଭିମାନ ଅଞ୍ଚଳରେ କିପରି ପୁଣିଥରେ ପାଇଖାନା ନିର୍ମାଣ କରାଯିବ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଲୋକମାନେ ନଦୀ, ନାଳ, ଜଙ୍ଗଲକୁ ଶୌଚ ହେବାକୁ ଯାଉଛନ୍ତି । ସବୁବେଳେ ସାପ, ଜୀବଜନ୍ତୁ ଙ୍କ ଭୟ ରହୁଛି । ଘରର ମହିଳାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଦାବିକରିଛନ୍ତି ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ଖାଇଥିବା ବିଡିଓ ଓ କନିଷ୍ଠଯନ୍ତ୍ରୀ ଙ୍କ ଠାରୁ ସେହି ଟଙ୍କାକୁ ଆଦାୟ କରି ସ୍ୱାଭିମାନ ଅଞ୍ଚଳରେ ପୁଣି ଥରେ ପାଇଖାନା ନିର୍ମାଣ କରିବାକୁ ଦାବିକରିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଏହା ଉପରେ ପଦକ୍ଷେପ ନେଇ ସ୍ୱାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣ ନକରିଲେ ଆଗାମୀଦିନରେ ସ୍ୱାଭିମାନ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନନ୍ଦ ମୁଦୁଲି, ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ, ତପନ କୁମାର ସାହା ଓ ରାଜୁ ହନ୍ତାଲ ଙ୍କ ସହ ବହୁ ସଂଖ୍ୟା ରେ ଅଞ୍ଚଳ ବାସୀ ବିଡ଼ିଓ ଙ୍କୁ ଭେଟି ଦାବୀ ପତ୍ର ଦେଇଥିଲେ!ବିଡ଼ିଓ ଶ୍ରୀ ମଣ୍ଡଳ ୭ ଦିନ ମଧ୍ୟରେ ସମସ୍ୟା ଗୁଡିକର ସମଧାନ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ!