ଶିବରାମ ଚୌଧୁରୀ
ଦିନେ ରୋଜଗାର କରି ଘର ଚଳାଉଥିବା ଲୋକଟି ଆଜି ରୋଗ ଶଯ୍ୟାରେ।ଏବେ ସେ ଘର ପାଇଁ ପାଲଟିଛନ୍ତି ବୋଝ।ଅର୍ଥ ଅଭାଵରୁ ଅଧାରେ ଅଟକିଛି ଚିକତ୍ସା।ଅଣ୍ଟା ରୋଗରେ ପୀଡିତ ହୋଇ ନଅ ମାସ ହେଲା ବିଛଣାରେ ସୋଇରହିଛନ୍ତି।ଚିକିତ୍ସା ପାଇଁ ଅନ୍ୟର ସାହାଯ୍ୟକୁ ଚାହିଁ ରହିଛନ୍ତି। ଭି ଓ1- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ରହୁଛନ୍ତି ମିଟୁ ସାହୁ ।ନିଜ ଘର ବାରଣ୍ଡା ରେ ଛୋଟିଆ ଦୋକାନ ଟିଏ କରି ପରିବାର ଚଳାଉଥିଲେ।ବେଶ ହସ ଖୁସିରେ ଚାଲିଥିଲା ସଂସାର।ହେଲେ ହଟାତ ଘରକୁ ମାଡି ଆସିଲା କଳା ବାଦଲ।ଆଜକୁ ନଅ ମାସ ପୂର୍ବରୁ ମାରାତ୍ମକ ରୋଗରେ ବଡ ଭାଇ ଚାଲିଗଲେ।ବଡ ଭାଇ ଶୁଦ୍ଧିକ୍ରିୟା କରିବାକୁ ଯାଇ ପୋଖରୀରେ ଗାଧୋଇବା ସମୟରେ ଗୋଡ ଖସିଗଲା।ଚେତାଶୂନ୍ୟ ହୋଇ ପଡିଗଲେ ମିଟୁ।ପରିବାର ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତି କରାଇଲେ। କିନ୍ତୁ ଅଣ୍ଟାରେ ଶିର ଦବି ଯିବା କାରଣରୁ ସେ ଆଉ ପୂର୍ବ ଭଳି ବସି ଉଠି ପାରୁନାହାନ୍ତି। ଦେଖିବାକୁ ବିଶାଳ କାୟ ଶରୀର ହେଲେ ବିନା ସହରରେ ଏବେ ଚଳପ୍ରଚଳ କରିବାକୁ ଅସମର୍ଥ ହୋଇପଡିଛନ୍ତି ପତ୍ନୀଙ୍କ ବିନା ସହଯୋଗ ରେ ଏବେ ଇଞ୍ଚେ ମଧ୍ୟ ଘୁଚି ପାରୁନାହାନ୍ତି । ବେଲଗୁଣ୍ଠା, ଭଞ୍ଜନଗର, ବ୍ରହ୍ମପୁର ମେଡିକାଲରେ ଦେଖାଇ 9 ମାସ ହେଲା ଔଷଧ ଖାଉଥିଲେ ମଧ୍ୟ ରୋଗ ଭଲ ହେଉନି। ଡାକ୍ତର କହୁଛନ୍ତି ଭୁବନେଶ୍ୱର ନେଇ ଅଣ୍ଟା ଅପରେସନ କରାଇଲେ ରୋଗ ଭଲ ହୋଇଯିବ।କିନ୍ତୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାଖରେ ସମ୍ବଳ ନାହିଁ। ଘରେ ଥିବା ସବୁ ଟଙ୍କା ମେଡ଼ିକାଲରେ ଖର୍ଚ୍ଚ ହୋଇଗଲାଣି।ଚିକିତ୍ସା ଅଭାବରୁ ଦିନକୁ ଦିନ ଯନ୍ତ୍ରଣା ବଢ଼ିବାରେ ଲାଗିଛି।ବସିବା ଉଠିବା ପାଇଁ ଅନ୍ୟର ସାହାରା ନେବାକୁ ପଡୁଛି। ଚିକିତ୍ସା ପାଇଁ ସରକାରୀ ସାହଯ୍ୟ ଭିକ୍ଷା କରିଛନ୍ତି ମିଟୁ ସାହୁ।
ଭିଓ2-ଘରର ରୋଜଗାରିଆ ଲୋକଟି ଏବେ ରୋଗ ଶଯ୍ୟାରେ ।ପରିବାରର ସଦସ୍ୟ କହିଲେ ଦୁଇ ପୁଅ ପତ୍ନୀ ଙ୍କ ସମେତ ମୃତ ଭାଇ ଙ୍କ ସ୍ତ୍ରୀ ଓ ଝିଅ ଏବଂ ବୁଢ଼ୀ ମା ରହିଛନ୍ତି । ସାତ ପେଟ ପାଇଁ ଏବେ ଖାଦ୍ୟ ଯୋଗାଡ଼ କରିବ କିଏ ? ବାଧ୍ୟ ହୋଇ ଘରର ମହିଳା ମାନେ ପର ଘରେ ବାସନ ମାଜିଲେ ଘର ଚଳୁଛି । ଅନ୍ୟପଟେ ବାପାଙ୍କ ଦେହ ଖରାପ ହେବା ପରେ ପାଠପଢା ଛାଡି ଦୁଇ ପୁଅ ଏବେ ସହରର ବିଭିର୍ଣ୍ଣ ଦୋକାନରେ ରହି କାମ କରୁଛନ୍ତି ଦୁଇ ପୁଅ ଙ୍କ ମାସିକ ରୋଜଗାରରେ ବାପାଙ୍କ ଔଷଧ ଖର୍ଚ୍ଚକୁ ସମାନ ହେଉଛି। ବାପାଙ୍କ ଚିକିତ୍ସାରେ ଅର୍ଥ ସାହାଯ୍ୟ କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପୁଅ। ସାହି ପଡୋଶୀ ଲୋକେ ବି ମିଟୁ ସାହୁଙ୍କ ଅବସ୍ଥା ଦେଖି ସାହାଯ୍ୟ କରୁଛନ୍ତି। କିନ୍ତୁ ଅପରେସନ ପାଇଁ ପାଖରେ ଟଙ୍କା ନଥିବାରୁ ସରକାର କିମ୍ବା ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।