
ଭୁବନେଶ୍ୱର, ସୋମବାର ଦିନ ଯୁକ୍ତ ପ୍ରଥମ ୨ କଟ ଅଫ ମାର୍କ ପ୍ରକାଶ ପାଇଛି । ସାମ୍ସ ପୋର୍ଟାଲରେ ତାଲିକା ପ୍ରଦାନ କରା ଯାଇଛି । ମିଳିଥିବା ସୂଚନା ଅନୁସାରେ ତିନିଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରି ସ୍କୁଲ ସର୍ବାଧିକ କଟ ଅଫ ଯାଇଛି । ଏଠାରେ କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% କଟ ଅଫ ମାର୍କ ରହିଛି । ସେହିପରି ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରି ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରି ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରି ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରି ସ୍କୁଲ ୮୬.୮୩%, ଖୋର୍ଦ୍ଧାର ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍ ହାଇଅର୍ ସେକେଣ୍ଡାରି ସ୍କୁଲ ୮୬.୬୭%, ନୟାଗଡ ହାଇଅର ସେକେଣ୍ଡାରି ସ୍କୁଲ ୮୫.୬୭%, କଟକର ଜାତୀୟ କବି ବୀର କିଶୋର ସରକାରୀ ହାଇଅର ସେକେଣ୍ଡାରି ସ୍କୁଲ ୮୫.୫%, ଗଞ୍ଜାମର ଖଲ୍ଲିକୋଟ ହାଇଅର ସେକେଣ୍ଡାରି ସ୍କୁଲ ୮୫% ଏବଂ ରମାଦେବୀ ମହିଳା ହାଇଅର୍ ସେକେଣ୍ଡାରି ସ୍କୁଲ ୮୪.୬୭% ।
ସେହିପରି କଳାରେ ବିଜେବି ହାୟର ସେକେଣ୍ଡାରୀ ସ୍କୁଲର କଟ ଅଫ ମାର୍କ ୭୮ ପ୍ରତିଶତ ରହିଥିବା ବେଳେ ରାଉରକେଲା ସରକାରୀ ହାୟର ସେକେଂଡାରୀ ସ୍କୁଲରେ ୭୫ ପ୍ରତିଶତ, କଟକର ଏସସିବି ମେଡିକାଲ କଲେଜରେ ୭୪.୫ ପ୍ରତିଶତ କଟ ଅଫ ମାର୍କ ଯାଉଛି ।
ସେହିପରି ବାଣିଜ୍ୟ ଷ୍ଟ୍ରିମରେ ରାଉରକେଲା ସରକାରୀ ହାୟର ସେକେଂଡାରୀ ସ୍କୁଲରେ ୮୦. ୮୩ ପ୍ରତିଶତ, କଟକ ଶୈଳବାଳାରେ ୭୭.୭୬ ପ୍ରତିଶତ କଟ ଅଫ ମାର୍କ ରହିଛି ।
ଉଲ୍ଲେଖନୀୟ ଯେ ଅଗଷ୍ଟ ୧୨ ତାରିଖ ରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍େଟମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲିଥିଲା । ଆଜି ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ । ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ନାମଲେଖା ହେବ ।