ଭଦ୍ରକ – ସଂସ୍କୃତି ରକ୍ଷା ଦିଗରେ ଭଦ୍ରକର ଜଣେ ଜଣାଶୁଣା ଯୁବ ବ୍ୟବସାୟୀ ତଥା ସମାଜସେବୀ ସଂଜୟ ରାଉତ କରିଛନ୍ତି ଏକ ଅଭିନବ ପ୍ରୟାସ। ଦୀପାବଳିରେ ଦୀପଦାନ କରି ପାଲଟିଛନ୍ତି ଜଣେ ନିଆରା ବ୍ୟକ୍ତିତ୍ବ। ତେବେ ଭଦ୍ରକ ଜିଲାରେ ଏପରି କାର୍ଯ୍ୟ ଏକ ବିରଳ ଓ ପୂର୍ବରୁ କେହି କରିନଥିବାର କହିଛନ୍ତି ଏହି ଦୀପଦାନ ଉସôବରେ େଯାଗଦେଇଥିବା ମୁଖ୍ୟ ଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟଙ୍କ କହିବା ଅନୁସାରେ ଆମ୍ଭେମାନେ ଆମ ସଂସ୍କୃତିକୁ ଭୁଲିଯିବାକୁ ବସିଛୁ। ପୂର୍ବରୁ ମାଟି ଦୀପଦାନ କରି ଆମେ ଦୀପାବଳିର ଉସôବ ମନାଇଥାଉ। କିନ୍ତୁ ଆଜିର ଆଧୁନିକତାରେ ତାହା ଲୁଚିଯାଇ ମହମବତୀ ଓ ବିଭିନ୍ନ ବିଦୁ୍ୟତ୍ ଉପକରଣରେ ତାହା ପରିବର୍ିତ ହୋଇଛି। ଏଣୁ ଆଜିର ଏହି ମାଟି ଦୀପଦାନ ବାସ୍ତବରେ ଆମ ପୂର୍ବ ପରµରା ଓ ସଂସ୍କୃତିକୁ ପୁଣି ଥରେ ଉଜ୍ଜୀବିତ କରାଇ ପାରିଛନ୍ତି ଶ୍ରୀ ରାଉତ। ଏବେ ବହୁଲୋକ ଚାଇନା ଲାଇଟ୍ ଓ ମହମବତୀ ବଦଳରେ ଦୀପ ବ୍ୟବହାର କରିବା ନେଇ ଶ୍ରୀ ରାଉତ ଏଭଳି ସୁନ୍ଦର ପ୍ରୟାସ ଆରମ୍ଭ କରିଥିବାରୁ ତାହାକୁ ସାଧୁବାଦ ଜଣାଇଛନ୍ତି ସମ୍ମାନିତ ଅତିଥି ଭାବେ େଯାଗଦେଇଥିବା ଘରୋଇ ବିଦ୍ୟାଳୟର ଜିଲା ସଭାପତି ତଥା ସମାଜସେବୀ ଅଶୋକ ମହାନ୍ତି। ସେହିପରି ମୁଖ୍ୟବକ୍ତା ଭାବେ େଯାଗଦେଇ ଯୁବ ସଂଗଠକ ସ୍ବାଧୀନ ସୁନ୍ଦର ଦାସ କହିଛନ୍ତି େଯ ଦୀପାବଳିରେ ମାଟିଦୀପରେ ଘିଅ କିମ୍ବା ତେଲ ଦେଇ ଜଳାଇବାରେ ବୈଜ୍ଞାନିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ବ ଓ ଉପକାର ରହିଛି। ଅନ୍ୟତମ ଅତିଥି ଭାବେ େଯାଗଦେଇଥିବା ସମାଜସେବୀ କୃଷ୍ଣଚନ୍ଦ୍ର ବେହେରାଙ୍କ କହିବା ଅନୁସାରେ ଆମେମାନେ ଦିନକୁ ଦିନ ଧର୍ମ ଓ ପବିତ୍ରତା ଭୁଲି ସହଜ ଉପାୟ ଖୋଜୁଛୁ। ଆମ୍ଭମାନଙ୍କ ଘର ସଜାଇବା ପାଇଁ ବାହାର ଦେଶର ନିର୍ମିତ ସାମଗ୍ରୀ ବ୍ୟବହାର କରୁଛୁ। କିନ୍ତୁ ଆମ ମାଟିର ତିଆରି ଦୀପକୁ ଜାଳିବାକୁ କୁଣ୍ଠାବୋଧ କରୁଛୁ। ଏପରି ସ୍ଥଳେ ପ୍ରଥମକରି ଏହି ଜିଲାର ଯୁବ ସମାଜସେବୀ ଶ୍ରୀ ରାଉତ କରିଥିବା ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଅନେକ ଲୋକ ଅଛନ୍ତି ସେମାନେ କେବଳ ସଚେତନ ହେଉଛନ୍ତି। କିନ୍ତୁ ଶ୍ରୀ ରାଉତ ସମସ୍ତଙ୍କୁ ସଚେତନ କରିବାର େଯଉଁ ସୁନ୍ଦର ପ୍ରୟାସ କରିଛନ୍ତି, ତାହା ଏହି ମାଟିର ମହତ୍ବ ଓ କୁମ୍ଭକାର ମାନଙ୍କ ପରµରାକୁ ପୁଣିଥରେ ଉଜ୍ଜୀବିତ କରାଇପାରିଛି। ଶ୍ରୀ ରାଉତ ଦୀପାବଳି ଅବସରରେ ୫ ହଜାର ମାଟିଦୀପ ସମସ୍ତଙ୍କୁ ପ୍ରଦାନ କରିବା ସହ କୁମ୍ଭକାର ମାନଙ୍କୁ ଉସôାହିତ କରିଛନ୍ତି। ପ୍ରତ୍ୟେକ ଲୋକଙ୍କୁ ସେ ୧୦ ଟି କରି ଦୀପ ପ୍ରଦାନ କରିଛନ୍ତି। ସାମ୍ବାଦିକ ରାଜେଶ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାଜଲକ୍ଷ୍ମୀ ମହାପାତ୍ର େଯାଗଦେଇଥିବାବେଳେ ରାଧାକାନ୍ତ ମିଶ୍ର, କ୍ଷୀରୋଦ ସାହୁ, ଅଭୟ କୁମାର ମହାଳିକ, ଜ୍ୟୋତିରଂଜନ ନାୟକ, ରାଜଶ୍ରୀ ବିଶ୍ବାଳ, ରମେଶ ପରିଡା, ସରୋଜ ମାଝୀ ପ୍ରମୁଖ ସହେଯାଗ କରିଥିଲେ।
Related Stories
November 28, 2024