-
ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ୨୦୦ ପମ୍ପ ସେଟ୍ ଲାଗିଛି- ସିଏମସି କମିଶନର
କଟକ, କଟକରେ ଗତ ୨୪ ଘଂଟା ମଧ୍ୟରେ ୧୪୩.୮୬ ମିମି ବର୍ଷା ରେକର୍ଡ଼ କରାଯାଇଛି । ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ୨୦୦ ପମ୍ପ ସେଟ୍ ଲାଗିଛି । ପାଣି ଘେରରେ ରହିଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ବ୍ୟବସ୍ଥା ହୋଇଛି । ସେହିପରି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଜଳ ନିଷ୍କାସନ ଜାରୀ ରହିଥିବା ନେଇ କଟକ ମହାନଗର ନିଗମ (ସିଏମସି) କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।
ଲଘୁଚାପଜନିତ ତୁହାକୁ ତୁହା ବର୍ଷା ଫଳରେ କଟକର ପଟାପୋଲ, ରାଜାବଗିଚା, ଲେବର କଲୋନୀ, ରକ୍ସି ଲେନ, ଶକ୍ତି ନଗର, ପ୍ରେସ୍ କଲୋନୀ, ଖପୁରିଆ ଶିଳ୍ପାଚଂଳ, ପୋତା ପୋଖରୀ, ଜୋବ୍ରା ତଳସାହି, ମଙ୍ଗଳାବାଗ, ତୁଳସୀପୁର ମଠସାହି, ସେଲ୍ଟର ଛକ, ସିଡ଼ିଏ ଆଦି ଅଂଚଳ ପାଣି ଘେରରେ ରହିଛି ।