-
ସାରଙ୍ଗଡ଼ ରାସ୍ତାରେ ପାଣି
କନ୍ଧମାଳ, ଲଗାଣ ବର୍ଷା ଯୋଗୁଁ ଫୁଲବାଣୀ ନଦୀଗଣ୍ଡି ସାହି-ଡାକପାଲ ବ୍ରିଜ୍ ଉପରେ ପାଣି ଚାଲିଛି । ବ୍ରିଜ୍ ଉପର ଦେଇ ୩ରୁ ୪ ଫୁଟ୍ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହେଉଛି । ଫଳରେ ଏହି ରୁଟ୍ ରେ ଯୋଗାଯୋଗ ବିଚ୍ଛିନ୍ନ । ସେହିପରି କ. ନୂଆଗାଁ ବ୍ଲକର ସାରଙ୍ଗଡ଼ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହାଦ୍ୱାରା ସମ୍ପୃକ୍ତ ରୁଟ୍ ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।