-
ସର୍ଜରୀ ଆଉଟଡୋର ଟିକେଟ୍ ଛାତ ସିଲିଂ ଖସିପଡିଲା
କଟକ, ଆଜି ପୂର୍ବାହ୍ନରେ କଟକ ଏସସିବି ମେଡ଼ିକାଲର ସର୍ଜରୀ ଆଉଟଡୋରରେ ଥିବା ଟିକେଟ୍ ଛାତ ସିଲିଂ ଖସିପଡିଛି । ଓପିଡ଼ିରେ ଟିକେଟ୍ କଟାଯାଉଥିବା ବେଳେ ହଠାତ୍ ବର୍ଷାରେ ଭିଜି ରହିଥିବା ଛାତ ସିଲିଂ ଖସିପଡିଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି, ତେବେ କିଛି ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଛି ।