
ପଟ୍ଟାମୁଣ୍ଡାଇ,କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଚଂଳର ଅଳପୁଆ ପଚାଂୟତ ଦାମୋଦରପାଟଣା ଠାରୁ ବିଦ୍ରୁପା ସଂଯୋଗକାରୀ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ମାତ୍ର ୪୦୦ ମିଟର ରାସ୍ତାଟି ଦୀର୍ଘ ଦିନ ହେବ ଶୋଚନୀୟ ହୋଇପଡିଛି । ଅଚଂଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ୱେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁଁ ରାସ୍ତାଟି ଦୀର୍ଘ ଦିନ ହେବ ମରାମତି ଅଭାବରୁ ଖାଲଖମା ଓ କାଦୁଅରେ ପରିପୂର୍ଣ୍ଣ ହୋଇ ସମ୍ପୂର୍ଣ୍ଣ ଯାତାୟାତ ଅନୁପଯୋଗୀ ହୋଇପଡିଛି । ଏହି ରାସ୍ତାଟି କେନ୍ଦ୍ରାପଡା ଜିଲ୍ଲା ସହିତ ଯାଜପୁର ଜିଲ୍ଲାକୁ ମୁଖ୍ୟ ସଂଯୋଗକାରୀ ରାସ୍ତା ହୋଇଥିଲେ ହେଁ, ଦୀର୍ଘ ୧୦ ବର୍ଷ ହେବ ରାସ୍ତାର ମରାମତି କି ନିର୍ମାଣ ହୋଇନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟିର ତୁରନ୍ତ ନିର୍ମାଣ ପାଇଁ ଦାବି ହୋଇଛି ।
ଧୋୟାଚଂଳ ବାସୀଙ୍କ ପକ୍ଷରୁ ଅଳପୁଆ ସରପଂଚ ରମେଶ ଦାସ, ତରଡ଼ିପାଳ ସରପଂଚ ପ୍ରିୟଦର୍ଶନୀ ତରାଇ, ଅଣ୍ଢରା ସରପଂଚ ଅନ୍ନପୂର୍ଣା ମଲ୍ଲିକ, ଅମୃତମଣୋହି ସରପଂଚ କୂଳମଣି ମଳିକ, ବଲୁରିଆ ସରପଂଚ ରତିକାନ୍ତ ସାହାଣୀ, ସମିତିସଭ୍ୟା ନମିତା ଦାସ, ମନୋରମା ଭୂଁୟା, ଜିଲ୍ଲାପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ସୂଚନାଅଧିକାର କର୍ମୀ ନରେନ୍ଦ୍ର ଧଳ, ସାମାଜିକକର୍ମୀ ଗଗନ ମହାଳିକ, ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ପରିଡା, ସମବାୟବିତ୍ ଚିତରଞ୍ଜନ ମଲ୍ଲିକ, ଶିକ୍ଷାବିତ୍ ପ୍ରଫେସର ଦେବପ୍ରସାଦ ସାମଲ, ପେଣ୍ଠପାଳ ପୂର୍ବତନ ସରପଂଚ କୈଳାସ ସେଠୀ, ଧନେଶ୍ୱର ପ୍ରଧାନ, ଅଧ୍ୟାପକ ଅଶୋକ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇବା ସହିତ ଉକ୍ତ ରାସ୍ତାକୁ ଅବିଳମ୍ବେ ସ୍ଥାୟୀ ରାସ୍ତାରେ ପରିଣତ କରିବାକୁ ନିବେଦନ କରିଛନ୍ତି ।