ଭଦ୍ରକ – ରବିନ୍ଦ୍ର ପରିଡା ଜଣେ ଅକର୍ମଣ୍ୟ ଯୁବକ ଅଟନ୍ତି। ବୟସ ପାଖାପାଖô ୩୨ ବର୍ଷ। ମାତ୍ର ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରିନାହó ବୋଲି ସେ ଗଣମାଧ୍ଯମ ପ୍ରତିନିଧିମାନଙ୍କ ନିକଟରେ ଛଳଛଳ ଆଖôରେ କହିଛନ୍ତି। ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ରାମଚନ୍ଦ୍ରପୁର ପଂଚାୟତର ବେଲଗଡିଆ ଗ୍ରାମନିବାସୀ ୰ ଲକ୍ଷ୍ମୀଧର ପରିଡାଙ୍କ ପୁତ୍ର ରବିନ୍ଦ୍ର। ଆଗପଛ ହୋଇ ତାଙ୍କ ପିତା-ମାତା ଆରପାରିକୁ ଚାଲିଗଲା ପରେ ବେସାହାରା ହୋଇଯାଇଥିଲେ ସେ । ପେଟ ଚାଖଣ୍ଡକ ପାଇଁ ସୁଦୂର ବାଙ୍ଗାଲୋରକୁ ଦାଦନ ଖଟିବା ପାଇଁ ଚାଲିଗଲେ। ସେଠାରେ କଠିନ ପରିଶ୍ରମ କରିନପାରି ପୁଣି ଗାଁକୁ ପଳାଇ ଆସିଲେ। ମାତ୍ର ଘରେ ପହôୁ ପହôୁ ଜ୍ବର ହୋଇ ମେରୁଦଣ୍ଡରେ ଅସହ୍ୟ ଯନ୍ରଣା ଅନୁଭବ କଲେ ସେ। ସ୍ଥାନୀୟ ମେଡିକାଲରୁ ଔଷଧ ଆଣି ଖାଇବା ପରେ ଯନ୍ରଣା ଉପଶମ ହେବା ପରିବରେ୍ ବୃଦ୍ଧି ପାଇଲା। ତା ପରେ ପରେ ହଠାତ୍ ଦୁଇଟି ଗୋଡ ସହ ଶରୀରର ଅଦ୍ର୍ଧାଧିକ ଅଂଶ ଅଚଳ ହୋଇପଡିଲା। ତାଙ୍କର ନିଜସ୍ବ ବୋଲି କେହି ନାହାଁନ୍ତି ଓ ଆର୍ଥିକ ସମ୍ବଳ ଆଦୌ ନାହó କହିଲେ ଚଳେ। ଏଭଳି ଅବସ୍ଥାରେ ଅକର୍ମଣ୍ୟ ହୋଇପଡିବା େଯାଗୁଁ ସେ ସଂପୂର୍ଣ୍ଣ ବେସାହାରା ହୋଇପଡିଲେ। କୌଣସି କିଛି ଉଚ୍ଚତର ଚିକିସôା ନହୋଇପାରିବା ମଧ୍ଯରେ ଭଗବାନଙ୍କୁ ଭରସା କରି ପଡିରହିଲେ। ତାଙ୍କର ରହିବା ପାଇଁ ଘରଦ୍ବାର ମଧ୍ଯ ନାହó। ଗାଁର ବାରଓଳି ତେର ପି‹ା ରାତ୍ରି ଯାପନ କରିବା ମଧ୍ଯରେ ଯିଏ ଯାହା ଗଣ୍ଡେ ଦେଲା, ତାକୁ ଖାଇ ସେ ଜୀଇଁଛନ୍ତି। ଚଲାବୁଲା କରିପାରୁନାହାଁନ୍ତି। କିଛିଦିନ ତଳେ ମିଳିଥିବା ଟ୍ରାଇ ସାଇକେଲ୍ଟି ନଷ୍ଟ ହୋଇଗଲାଣି। ଏହାବ୍ୟତୀତ ସେ ରେସନ୍ କାର୍ଡ କି ଅକର୍ମଣ୍ୟ ଭା ପାଇନାହାଁନ୍ତି। ସମସ୍ତ ସରକାରୀ ସୁବିଧା ପାଇବାରୁ ସେ ବଂଚିତ ହୋଇଆସୁଛନ୍ତି। ରବିନ୍ଦ୍ରଙ୍କ ନାମ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ ହୋଇପାରିନଥିବାରୁ ତାଙ୍କୁ ଭା ମିଳିପାରୁନାହó ବୋଲି କହନ୍ତି ସରପ ବିଜୟ ବିଶ୍ବାଳ। ଏଣୁ ଏଥିପ୍ରତି ବିଭାଗୀୟ କର୍ୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।
Related Stories
November 28, 2024