ଭଦ୍ରକ – ଲଘୁଚାପ ଜନିତ ଲଗାଣ ବର୍ଷାରେ ସାମାନ୍ୟ ବିରତି ହେବା ପରେ ବି ଏହି ଜିଲାର ବିଭିନ୍ନ ବ୍ଲକ୍ର ଗ୍ରାମାଳରେ ବର୍ଷା ଜଳ ପ୍ରବେଶ କରି ଉଦବେଗ ଜନକ ସ୍ଥିତି ଉପୁଯାଇଛି। ବିଶେଷକରି ବନ୍ତ ବ୍ଲକ୍ ଅଧୀନସ୍ଥ କେନ୍ଦୁଆପଦା ପଂଚାୟତର ଦଣ୍ଡୋ ରାଜସ୍ବ ମୌଜାର ଗୋହିରାପଦୀ ଗ୍ରାମରେ ଏବେ ମଧ୍ଯ ପାଣି ଲହଣି ଖେଳୁଛି। କେତେକ ସ୍ଥାନରେ ରାସ୍ତା ଧୋଇଯିବା ଫଳରେ େଯାଗାେଯାଗ ବିଛିନ୍ନ ହୋଇଛି। ଗୋହିରାପଦୀ ଦେଇ ରାଜେନ୍ଦ୍ରପୁର ପଂଚାୟତ ଓ ମଂଜୁରୀରୋଡ୍ ଯିବା ରାସ୍ତାରେ ଅଳାଁସୁଣୀଙ୍କ ପୀଠ ପାଖ ରେଲ୍େଓ୍ବ ପୋଲ ତଳର ଯାତାୟତ ହେଉଥିବା ରାସ୍ତାରେ ପାଣିର ସ୍ରୋତ ଏବେବି ଚାଲିଛି। ରେବ ନଈରେ ମଧ୍ଯ ପାଣି ଭରପୁର ରହିଛି। ରେଳ ଧାରଣା ପାଶ୍ର୍ବ ଦେଇ କେନ୍ଦୁଆପଦା ଯିବା ରାସ୍ତା ମଧ୍ଯ ପାଣି େଯାଗୁଁ ଦୁର୍ଗମ ହୋଇପଡିଛି। ଅନୁରୂପ ଗୋବିନ୍ଦପୁର ପଂଚାୟତର ବିକେବିଏମ୍ ରାସ୍ତା ପାଶ୍ର୍ବରେ ଗଣ୍ଡଗରା ଠାରୁ କଷଗଡିଆ, ମୁଗଗଡିଆ ଦେଇ ଗୋିହରାପଦୀରୁ ଦଣ୍ଡୋ ରାସ୍ତାରେ ମିଶିଥିବା ସଡକ ଏଥିପୂର୍ବରୁ ଶୋଚନୀୟ ହୋଇପଡିଥିବାବେଳେ ଏ ଲଗାଣ ବର୍ଷା କେତେକ ସ୍ଥାନରେ ରାସ୍ତାକୁ ଧସାଇ ଦେଇଥିବାରୁ ପାଣି ସୁଅ ଆଖପାଖ ଅଂଚଳରେ ଗମନାଗମନରେ ବାଧା ସୃଷ୍ଟି କରିଛି। ଭଣ୍ଡାରିପୋଖରୀ, ଧାମନଗର, ଆଗରପଡା, ବନ୍ତ ଭଳି ଅଂଚଳର ବିଭିନ୍ନ ସ୍ଥାନରେ ଏହିଭଳି ବହୁ ଲୋକ ଜଳବନ୍ଦୀରେ ରହିଥିବାବେଳେ ବ୍ୟାପକ ଫସଲ ହାନି ତଥା ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Related Stories
November 28, 2024