-
ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିରକୁ ଯିବ ପାହୁର
ବଲାଙ୍ଗିର, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଦିନକ ପୂର୍ବରୁ ବଲାଙ୍ଗିରରେ ଅନନ୍ୟ ପରମ୍ପରା ରହିଛି ପାହୁର ଯାତ୍ରା । ଆଜି ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିରକୁ ଯାଇଥାଏ ପାହୁର । ପରମ୍ପରାକୁ ରକ୍ଷା କରି ଏହି ଅବସରରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ, ଚଳିତ ବର୍ଷ କରୋନା କଟକଣା ପାଇଁ କମ୍ ସଂଖ୍ୟକ ଆୟୋଜକଙ୍କୁ ନେଇ ବିଧି ରକ୍ଷା ପାଇଁ ମନ୍ଦିରକୁ ଯିବ ପାହୁର । ରାଜା ରାଜୁଡ଼ା ସମୟରୁ ଏହି ପାହୁର ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ବିଶେଷ କରି ପାହୁରରେ ଗତକାଲି ମାଙ୍କ ନିମନ୍ତେ ପୂଜା ନିମନ୍ତେ ଆବଶ୍ୟକ ସମସ୍ତ ସାମଗ୍ରୀ ପଠାଯାଇଥାଏ । ଏଥିରେ ଝଣ୍ଡା, ଝାଡ଼ୁ, ଧାନ, ଘିଅ, ମହୁ, ଚାଉଳ, ଡ଼ାଲି, ପନିପରିବା, ବସ୍ତ୍ର, ଶଙ୍ଖା, ସିନ୍ଦୁର, ପୂଜା ସାମଗ୍ରୀ, ଭୋଗ ଆଦି ସାମିଲ୍ ରହିଛି । ଆସନ୍ତା କାଲି ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ । ସମସ୍ତଙ୍କ ଘରେ ଏକାଠି ବସି ନୂଆ ଖାଇବେ ପରିବାର ଲୋକେ । ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଓ ଚଳିତ ବର୍ଷକୁ ମିଶାଇ ୨ ବର୍ଷ ଧରି ପଶ୍ଚିମ ଓଡ଼ିଶାରେ କଟକଣାଯୁକ୍ତ ନୂଆଖାଇ ପାଳନ ହେଉଛି ।