ରାଇରଙ୍ଗପୁର, ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବଵୃହତ୍ତମ ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁରରେ ନୂତନ ଭାଵେ ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଭାବେ ବିକାଶ ରଞ୍ଜନ ମହାନ୍ତି ଯୋଗଦାନ କରିଛନ୍ତି । ତାଙ୍କୁ ବାମନଘାଟୀ ଉପଖଣ୍ଡର ଗଣମାଧ୍ୟମ ପ୍ରତିନିଧିମାନେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନାଙ୍କ ବଦଳି ପରେ ଦିର୍ଘ ୧୦ ଵର୍ଷରୁ ଉର୍ଦ୍ଧ୍ବ ହେଲା ଏହି ପଦଟି ଖାଲି ପଡିଥିଲା । ଦିର୍ଘ ବର୍ଷ ହେଲା ଏହି ପଦବୀ ଖାଲି ପଡିଥିବାରୁ ଏଠାକାର ଅଂଚଳର ସୂଚନା ସୁଦୂରପ୍ରସାରୀ ହୋଇ ପାରୁ ନ ଥିଲା । ସବୁକିଛି ନାହିଁ ନାହିଁରେ ଚାଲୁଥିଲା । ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଯୋଗାଯୋଗ ଓ ସମ୍ପର୍କର ସେତୁ ଏକ ରକମକର ଵିଚ୍ଛିନ୍ନ ଥିଲା । ନୂତନ ଅଧିକାରୀଙ୍କ ଯୋଗଦାନ ନେଇ ସାମ୍ବାଦିକମାନେ ସନ୍ତୋଷ ପ୍ରକାଶ କରିଥିଲେ ।ଗଣମାଧ୍ୟମର ଦୈନିକ ଖବରକୁ ସେ ପ୍ରଶାସନିକ ଅଧିକାରୀଙ୍କ ପାଖରେ ପହଞ୍ଚାଇଵେ ବୋଲି ବିଭାଗୀୟ ଅଧିକାରୀଙ୍କ ପାଖରୁ ଆଶା କରିଛନ୍ତି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମ୍ବାଦିକ ଶରତ ଦାସ, ମନୋଜ ଦାସ, ନିଗମାନନ୍ଦ ପଟ୍ଟନାୟକ, ସୌରଭ ପଟ୍ଟନାୟକ, ଅନଶନ ମହାନ୍ତ, ତୁଷାରକାନ୍ତ ମହାନ୍ତ, ଖୁଦିରାମ ମହାନ୍ତି, ଜୀତେନ୍ଦ୍ର ଅଗ୍ରଓ୍ବାଲା, ସତ୍ୟ ରଂଜନ ପାଲ, ଶଶୀକାନ୍ତ ଦାସ, ଜ୍ୟୋତି ରଞ୍ଜନ ବାରିକ, ରାମେଶ୍ବର ଅଗ୍ରଓ୍ବାଲ, ପରେଶନାଥ ଷଡଙ୍ଗୀ, ଶଙ୍କର ମହାନ୍ତ, ମେଘନାଦ ହେମ୍ବ୍ରମ, ଅକ୍ଷୟ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ ।
ନୂତନ ଅଧିକାରୀ ବିକାଶ ରଂଜନ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ । ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ସେ କାମନା କରିଛନ୍ତି ।ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଏକ ନୂତନ ଏଡିପିଆରଓ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏଡିପିଆରଓଙ୍କ ସହ ଆଲୋଚନା କରିଥିଲେ ।