
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
‘ଓଡିଶା-ମୋ ପରିବାର’ ସଙ୍ଗଠନ ର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ ବିଧିବଦ୍ଧ ଭାବରେ ଲିଖିତ ବୀଜ୍ଞପ୍ତି ପ୍ରକାଶ କରି ପୁରୀ ସହର ସର୍ବୋଦୟ ନଗର ନିବାସୀ, ଶ୍ରୀମାନ ଷ୍ଟାଲୀନ ପରିଜାଙ୍କୁ ସଙ୍ଗଠନରେ ଯୁଗ୍ମ ସଂଯୋଜକ ଭାବରେ ନିଯୁକ୍ତି କରିଛନ୍ତି। ତାଙ୍କର ନିଯୁକ୍ତି ବିଷୟରେ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ !! “ବର୍ତ୍ତମାନର ଛାତ୍ର ରାଜନିତୀରେ ଖୁବ ସକ୍ରିୟ ଭୂମିକାରେ ଥିବା ଶ୍ରୀମାନ ପରିଜା ସଙ୍ଗଠନର ‘ଜୀବନ ବିନ୍ଦୁ’ ଭଳି ଚାଲିଥିବା ଅନେକ କାର୍ଯ୍ୟକ୍ରମରେ ମଧ୍ୟ ନିଜର ସାମର୍ଥ୍ୟ ପ୍ରତିପାଦିତ କରିପାରିବେ। ସେ ଜଣେ ଉଦ୍ୟୋଗୀ, ପରୋପକାରୀ ଓ ମିଷ୍ଠଭାଷୀ ବ୍ୟକ୍ତିତ୍ୱର ଅଧିକାରୀ ଏବଂ ତାଙ୍କର ଏସବୁ ଗୁଣ ସଙ୍ଗଠନର ଭବିଷ୍ୟତ ନିର୍ଧାରଣ ରେ ଅନେକାଂଶରେ ଉପଯୋଗୀ ହେବବୋଲି ମୁଁ ଆଶାବାଦୀ” ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ କହିଥିଲେ |
ଅପରପକ୍ଷେ ଶ୍ରୀମାନ ପରିଜା ଏପରି ଗୁରୁଦାୟିତ୍ୱ ତାଙ୍କୁ ଦେଇଥିବାରୁ ବଡ଼ଭାଇ ସଦୃଶ ଶ୍ରୀ ପଟ୍ଟନାୟକ ଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି।