କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସ୍ଥାନୀୟ କେମିଷ୍ଟ ଭବନ (ବସଷ୍ଟାଣ୍ଡ ନିକଟରେ) ରେ ଦିନ ୧୨ଟା ସମୟରେ କୋଭିଡ ଗାଇଡ୍ ଲାଇନ ପାଳନ କରି ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ପୁରୀ ପୌରସଂସ୍ଥା ତରଫରୁ ଅନୁରୋଧ କରାଯାଇଥିଲା ସମସ୍ତ ଔଷଧ ଦୋକାନୀ ମାନେ ଟ୍ରେଡ ଲାଇସେନ୍ସ କରିବାକୁ ୨୦୧୬ମସିହା ରେ ଏଇ ଆଇନ କରାଯାଇଥିଲା କିନ୍ତୁ ପୁରୀ ସହର ର ୧୦% ବ୍ୟବସାୟୀ ଏଇ ଲାଇସେନ୍ସ କରିଛନ୍ତି । ସେଥିପାଇଁ ପୌରସଂସ୍ଥା ତରଫରୁ ସମସ୍ତ ବ୍ୟବସାୟୀ ମାନଙ୍କୁ ଏହି ଲାଇସେନ୍ସ କରିବାକୁ କୁହାଯାଉଛି । ଲାଇସେନ୍ସ ଓ ଏନଫୋର୍ସମେଣ୍ଟ ଅଫିସର ଶ୍ରୀଯୁକ୍ତ ହର ପ୍ରସାଦ ସାବତ ଓ ଏସବିଏମ ଅଫିସର ରିଶେଫ ଦାଶ ସଂଘ ର ସଭ୍ୟ ମାନଙ୍କୁ ବୁଝାଇଥିଲେ । ସଭ୍ୟ ମାନେ ନିଜର ଲାଇସେନ୍ସ କେମିତି କରିବାକୁ ହେବ ଓ କଣ ଡକ୍ୟୁମେଣ୍ଟ ସବୁ ଦେବେ ଓ ଅନଲାଇନରେ ବି କରିହେବ ,ପଚାରି ବୁଝିଥିଲେ । ଇନଜେକ୍ସନ୍ ସିରିଞ୍ଜ ଓ ରକ୍ତ ଲାଗିଥିଲା ବାର୍ଜ ବସ୍ତୁ ସ୍ବଚ୍ଛ ଗାଡି ରେ ନ ପକାଇ ଏହା ପାଇଁ ସ୍ବତନ୍ତ୍ର ଗାଡି ରେ ପକାଜିବ, ପୁରୀ ସିଡିଏମ ଏବଂ ପିଏଚଓ ପରାମର୍ଶ ନେଇ ରେଜିଷ୍ଟ୍ରେସନ କରିବା ନିମନ୍ତେ ପୌରସଂସ୍ଥା ର ଅଫିସର ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।
ପୌରସଂସ୍ଥା ଧର୍ଯ୍ୟ କରିଥିବା ଲାଇସେନ୍ସର ଫିସ କୁ କମାଇବା ପାଇଁ ସଂଘ ତରଫରୁ ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା ମହୋଦୟଙ୍କ ସହିତ ସାକ୍ଷାତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପୁରୀ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ଆସୋସିଏସନ୍ ର ସଭାପତି ସୁଜିତ ସେନଗୁପ୍ତା ସାଧାରଣା ସଂପାଦକ ଦିପକ ରଞ୍ଜନ ମହାନ୍ତି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ମହାପାତ୍ର ପୁରୀ ସହର ସଭାପତି ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ସଭ୍ୟ ମାନଙ୍କୁ ଏହି କର୍ମଶାଳା ବିଷୟରେ ଉଦବୋଧନ ଦେଇଥିଲେ । ଉପସଭାପତି ବିକ୍ରମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 24, 2024
November 24, 2024