ଭୁବନେଶ୍ୱର – ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ପ୍ରଥମାର୍ଧ ବୈଠକରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ
ଗୁରୁବାର ଦିନ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ମନ୍ତ୍ରୀଙ୍କୁ କହିବା ବେଳେ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳର ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସିୁ ପାଟିତୁଣ୍ଡ କରିବା ସହ ସରକାର ବିରୋଧୀ ନାରାବାଜୀ କରିଥିଲେ । ସେମାନେ ଖଣି ପ୍ରସଙ୍ଗ ଓ ଆତ୍ମହତ୍ୟା ପ୍ରସଙ୍ଗରେ ନାରାବାଜୀ କରିଥିଲେ । ଏହା ପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ।