ଭୁବନେଶ୍ୱର- ସେପ୍ଟେମ୍ବର ପହିଲା ରୁ ଆରମ୍ଭ ହୋଇଥିବା ବିଧାନସଭାରେ ମୌସୁମୀକାଳୀନ ଅଧିବେଶନ ଶେଷ ହୋଇଛି । ଏହି ସ୍ୱଳ୍ପ କାଳୀନ ଅଧିବେଶନରେ ସମୁଦାୟ ୮ ଟି କାର୍ଯ୍ୟ ଦିବସ ରହିଥିଲା । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଗୃହରେ ଘେରିଥିବା ଯୋଗୁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ଏପରି କି ୫ ଟି କର୍ଯ୍ୟ ଦିବସ ରେ ପ୍ରଶ୍ନ କାଳ ମଧ୍ୟ ସୁରୁଖୁରୁରେ ଚାଲିପାରିନଥିଲା । ଏହାରି ଭିତରେ ରାଜ୍ୟ ରେ ମରୁଡ଼ି ପରିସ୍ଥିତି , ଓଡ଼ିଶା ଷ୍ଟାଫ ସେଲଲେକ୍ସନ ରେ ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସମ୍ପର୍କରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲେଚନା ହୋଇଥିଲା । ସେହିପରି ଶସକ ଦଳ ପକ୍ଷରୁ ଆଗତ ରାଜ୍ୟର ରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସମ୍ପର୍କରେ ରେ ସ୍ୱତନ୍ତ୍ର ଆଲୋଚନା ହେଇଥିଲା ।
ଏତଦବ୍ୟତୀତ ପୌର , ପଂଚାୟତ ସଂଶୋଧନବିଲ , ଓଡ଼ିଶା ବିଶ୍ୱ ବିଦ୍ୟାଳୟ ବିଲ, ବସ୍ତି ବାସିନ୍ଦା ଭୁମି ଅଧିକାର ସଂଶଧନ ବିଲ , ଓଡିଶା ଦ୍ରବ୍ୟ ଓ ସେବା କର ବିଲ ,ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ, ଓଡ଼ିଶା ହୋଉସିଂ ବୋର୍ଡ ବିଲ୍ ,ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂସେଧାନ ବିଲ ଭଳି ୧୩ ଟି ସରକାରୀ ବିଲ ଆଗତ ଓ ପାରିତ ହୋଇଛି ।
ସେହିପରି ଗୋଟିଏ ବେସରକାରୀ ବିଲ୍ ଆଗତ ହୋଇଛି । ଶେଷଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିବା ବେଳେ ୨ ଟି ସରକାରୀ ସଂକଳ୍ପ ଆଗତ କରାଯାଇଛି ।