-
ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଯାଏଁ ୭୧ ଟି ନଦୀ ସଫା କରାଯିବ
-
ନଦୀ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତକୁ ପ୍ରାଥମିକତା ଦେବ: ବିଜେପି
ଭୁବନେଶ୍ୱର – ବିଜେପି ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ)ର ଆଜି ପ୍ରଥମ ରାଜ୍ୟକର୍ମକର୍ତା ମାନଙ୍କର ବୈଠକ ବିଜେପି ରାଜ୍ୟକାର୍ଯ୍ୟାଳୟ ଠାରେ ରାଜ୍ୟସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ । ଆଗାମୀ ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ୭୧ତମ ଜନ୍ମ ଦିବସ ସାରା ରାଜ୍ୟରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଓଡିଶାରେ ଯେତେ ପବିତ୍ର ନଦୀ ଅଛି ସେ ନଦୀକୁ ଆମେ ସଂସ୍କାର କରିବା ସହିତ ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ) ତରଫରୁ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୨ ଦିନ ଧରି ୭୧ଟି ଜାଗାରେ ନଦୀ ଗୁଡିକୁ ସଫାସୁତୁରା କରାଯିବ ଏବଂ ନଦୀର ଆଳତୀ ଓ ବନ୍ଦନା କରାଯିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ ।
ଭୁବନେଶ୍ୱରର ବିନ୍ଦୁସାଗର ଓ ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମଧ୍ୟ ବିଶେଷ ଆଳତୀ କରି ନରେନ୍ଦ୍ର ମୋଦିଜୀଙ୍କ ଉଦ୍ଦେଶ୍ୟରେ ନମାମୀ ଗଙ୍ଗେ ସମିତି ତରଫରୁ ବନ୍ଦାପନା ହେବ । ଏହି ବୈଠକରେ ଓଡିଶାର ଯେଉଁ ବ୍ୟାପକ ଭାବରେ ନଦୀକୁ ପ୍ରଦୂଷିତ କରାଯାଉଛି, କଳକାରଖାନାର ବର୍ଜ୍ୟବସ୍ତୁ ପାଣି ଦ୍ୱାରା ନଦୀ ପାଣି ପ୍ରଦୂଷିତ ହେଉଛି ତାହାର ପ୍ରତିବାଦରେ ନମାମୀ ଗଙ୍ଗେ ସମିତି କାର୍ଯ୍ୟ କରିବବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି ।
ଓଡିଶାରେ ଶାସକ ଦଳର ବାଲିମାଫିଆଙ୍କ ଦ୍ୱାରା କୋଟି କୋଟି ଟଙ୍କାର ବାଲିକୁ ହରିଲୁଟ୍ କରାଯାଉଛି ତାହା ବିରୁଦ୍ଧରେ ଭାରତୀୟ ଜନତାପାର୍ଟି ନଦୀ ସୁରକ୍ଷା କମିଟି ଆଗାମୀ ଦିନରେ କାମ କରିବ ସେହି ବିଷୟରେ ବିଶେଷ ଭାବରେ ଆଲୋଚନା କରାଗଲା । କମ୍ପାନୀ ମାନେ ଯେଉଁଭଳି ଭାବରେ ନଦୀର ପାଣିକୁ ଦୁରୂପଯୋଗ କରି ନିଜସ୍ୱ କଳକାରଖାନାକୁ ଅନ୍ୟାୟ ଭାବେ ନେଉଛନ୍ତି ତାର ପ୍ରତିବାଦରେ ନଦୀ ସୁରକ୍ଷା ସମିତି ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ।
ଏହି ବୈଠକରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା ଓ ଓଡିଶାର ବିଶିଷ୍ଟ ଗବେଷକ ଅନୀଲ ଧୀର୍ ମତବ୍ୟକ୍ତ କରିଥିଲେ ।