-
ଆମେ ବିଜେପି କି କଂଗ୍ରେସକୁ ଭୟ କରୁନୁ : ପ୍ରମିଳା ମଲ୍ଲିକ
ଭୁବନେଶ୍ୱର- ଶାସକ ବିଜେଡି ଦଳ ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି । କେନ୍ଦ୍ରରେ ବିଲେଇ ଆଗରେ ମୂଷା ଭଳି ଲୁଚୁଛି । କାଳେ ବିଲେଇ ମୂଷାକୁ ଖାଇଦେବ ଏହି ଭୟ ରହିଚି । ଖଣି ଦୁର୍ନୀତି ତାତି ରୁ ବର୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ନାଟ
କ ବାଜି କରୁଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।
ଅପରପକ୍ଷରେ ଏଭଳି ଆକ୍ଷେପର ଜବାବ ନେଇ ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ନେଇ ଆମେ ବାଘ ଓ ସିଂହର ଭୂମିକା ନେଉଛୁ ଆଉ ଗର୍ଜ୍ଜନ କରିଛୁ । ସାଧାରଣ ଲୋକଙ୍କ ସାମସ୍ୟକୁ ନେଇ ଗର୍ଜନ କରିଛୁ । କେନ୍ଦ୍ରକୁ ଆମେ ଭୟ କରୁନୁ । ନା କଂଗ୍ରେସକୁ ଭୟ କରୁଥିଲୁ ନା ବିଜେପିକୁ ଭୟ କରୁଛୁ ବୋଲି ସେ କହିଛନ୍ତି ।
ଶ୍ରୀ ମିଶ୍ର କହିଥିଲେ ଯେ ମରୁଡ଼ି ଆଲୋଚନା ବେଳେ ଆମେ ସାରା ରାଜ୍ୟରେ ମରୁଡି ଘୋଷଣା କରନ୍ତୁ ବୋଲି ଦାବି କରିଥିଲୁ । କିନ୍ତୁ ସେହି ସମୟରେ ରାଜସ୍ୱ ମନ୍ତ୍ରୀ କହିଥିଲେ ରାଜ୍ୟରେ ମରୁଡି ହୋଇନାହିଁ, ବର୍ଷା ଆଶଙ୍କା ରହିଚି, ସମୟ ଆସିଲେ ମରୁଡି ଘୋଷଣା କରାଯିବ । ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭଗ୍ୟ ଜନକ । ଯଦି ବାସ୍ତବରେ ଚାଷୀଙ୍କ ପ୍ରତି ଆନ୍ତରିକତା ରହିଛି ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେଇ ରାଜ୍ୟ ସରକାର କାହିଁକି କିଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ସେହିପରି ବେଦାନ୍ତ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀ ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କୁଜଙ୍ଗ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ସିଧାସଳଖ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ନରସିଂହ ।