
କଟକ – ଆଜି ମଧ୍ୟାହ୍ନରେ ଜଣେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି କରିଛନ୍ତି ଦୁଇ ଜଣ ଦୁର୍ବୃତ । କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଅଥଙ୍ଗା ଠାରେ ତାଙ୍କୁ ଗୁଳିମାଡ଼ ହୋଇଛି । ଗୋଟିଏ ବାଇକ୍ ରେ ଆସିଥିବା ଦୁଇ ଦୁର୍ବୃତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ତାଙ୍କ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ଗୁରୁତର ବ୍ୟବସାୟୀଙ୍କୁ ପ୍ରଥମେ ନିଆଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଚିକିତ୍ସା କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଲୁଟ୍ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ନିଆଳି ପୋଲିସ ପକ୍ଷରୁ ଏନେଇ ଅଧିକ ଛାନଭିନ୍ ଜାରୀ ରହିଛି ।