
ମାଲକାନଗିରି – ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ରେ ମାଟି ଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ସହ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ କଲେଜ ପରିସରରେ ଏକ ବୈଠକ ଅନୁଷ୍ଠିତ କରାଯାଇ ଛାତ୍ରଛାତ୍ରୀ ଙ୍କୁ ନିଜର ଭାଷା ଓ ସାହିତ୍ୟ ର ଉନ୍ନତି ପାଇଁ ମନୋନିବେଶ କରିବାକୁ କୁହାଯାଇଥିଲା । ଏଥିସହ ନିଜ ନିଜ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ନିଜକୁ ଜଣେ ସାହିତ୍ୟ ଦୂତ ଭଳି ନିଜ ନିଜ ଭାଷା, ସାହିତ୍ୟ ଓ ସଂସ୍କୃତି ର ସୁରକ୍ଷା ଦିଗରେ ସଜାଗରହିବାକୁ ହେବା! ଏହି ଅବସରରେ ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ର ସ୍ଵାଧୀନତା ସଂଗ୍ରାମୀ ତାମା ଦୋରା ଙ୍କୁ ମନେ ପକାଇ ତାଙ୍କ ବୀରତ୍ୱ ବାବଦରେ କୁହାଯିବା ସହ ଭାଷା ଓ ସାହିତ୍ୟର ଉନ୍ନତି ରେ ତାଙ୍କ ଭୂମିକା ସମ୍ପର୍କରେ କୁହାଯାଇଥିଲା। ଇଂରେଜ ଶାସନ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଦୋରା ସମ୍ପ୍ରଦାୟର ଦୃଢ ବିରୋଧ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳକୁ ଇଂରେଜ ମୁକ୍ତ କରି ରଖିଥିଲା, ତେବେ ତାମା ଦୋରା ଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳ ଇଂରେଜ ଶାସନ ଅନ୍ତର୍ଭୁକ୍ତ ହେବା ସହ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରୁ ସାହିତ୍ୟ ର ବିକାଶ ରେ ପୂର୍ଣ୍ଣଚ୍ଛେଦ ପଡିଥିବା କୁହାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଡିଆ ଆଂଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ମାଟି ଲଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ପରିଡା, ସାମ୍ବାଦିକ କେ ଭାସ୍କର ରାଓ, ଅଧ୍ୟାପକ ଜିତେନ୍ଦ୍ର କୁମାର ନାୟକ ଓ ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।