
ବଲାଙ୍ଗିର – ଗତ ୫ ତାରିଖରେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ଥାନା ଅନ୍ତର୍ଗତ ମହୁଲବାହାଲି ଛକରେ ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନିକଟରୁ ଏକ ନକଲି ବନ୍ଧୁକ ଜବତ ହୋଇଛି।
ଲୁଗା ବ୍ୟବସାୟୀଙ୍କ ଘରୁ ଚୋରି
ରାଜଗାଙ୍ଗପୁର- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ଜଣେ ବିଶିଷ୍ଟ ଲୁଗା ବ୍ୟବସାୟୀଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ରାଜଗାଙ୍ଗପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।