
-
୨୦ ଲକ୍ଷ କ୍ଷତିପୂରଣ ଓ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ଦାବି
ଜଗତସିଂହପୁର- ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ଦୁଷ୍ମନ୍ତଙ୍କ ପରିବାରକୁ ନ୍ୟାୟ ଦାବିରେ କଟକ- ପାରାଦ୍ୱୀପ ରାସ୍ତାର ମନ୍ତ୍ରିପାଟଣା ଛକରେ ଆଜି ଦୀର୍ଘ ସମୟ ଧରି ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଓ ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ଏହି ରାସ୍ତାରୋକ କରାଯାଇଛି । ଏପରିକି ଭୁବନେଶ୍ୱରରୁ ଯାଇଥିବା ବିଜେପିର ଏକ ଟିମ୍ ଏହି ଧାରଣାରେ ସାମିଲ୍ ହୋଇଛନ୍ତି । ୨୦ ଲକ୍ଷ କ୍ଷତିପୂରଣ ଓ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ଦାବି କରିଛନ୍ତି ଆନ୍ଦୋଳନକାରୀ । ସେହିପରି ଦୁଷ୍ମନ୍ତଙ୍କ ପରିବାରକୁ ଧମକ ଦେଇଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଦୀର୍ଘ ସମୟ ଧରି ରାସ୍ତାରୋକ ଯୋଗୁଁ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି ।