
ପଟ୍ଟାମୁଣ୍ଡାଇ, ଗତ ୫ ଦିନ ତଳେ ଅଳଭା-ଗଣ୍ଡାକିଆ ରାସ୍ତାର ଖଡିଅଂଟା ଛକ ନିକଟରେ ଏକ ପାଟନାଳୀ ମଧ୍ୟରୁ ରସିରେ ଗୋଡ ବନ୍ଧା ଯାଇଥିବା ୩ଟି ଷଣ୍ଢଙ୍କ ମୃତଦେହକୁ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଉତେଜନା ପ୍ରକାଶ ପାଇବା ସହିତ ଲୋକମାନେ ଟାୟାର ଜାଳି ରସ୍ତାରୋକ କରିଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ନୂତନ ଆଇଆଇସି ତପନ କୁମାର ରାଉତ ଘଟଣାସ୍ଥଳରେ ପହଁଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଇଥିଲେ । ଆଇଆଇସି ଶ୍ରୀ ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖାଯାଇଥିଲା । ତେବେ ଏହି ଘଟଣାରେ ଜଡ଼ିତ ୨ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ଜଣାଯାଇଛି ।