-
ବିଧାନସଭା ବାରମ୍ବାର ମୁଲତବୀ
-
ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବା ପରେ ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କଲେ ବିରୋଧୀ
ଭୁବନେଶ୍ୱର, ବିରୋଧୀ ଦଳ ପକ୍ଷରୁ ଖଣି ଦୁର୍ନୀତି ସମ୍ପର୍କିତ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରା ନ ଯିବା କାରଣରୁ ବିଧାନସଭାରେ ଆଜି ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକୁ ବାରମ୍ବାର ମୁଲତବୀ କରି ପଡିଥିଲା । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମେ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ପରେ ୧୧.୩୦ରେ ଉପ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଖଣି ଦୁର୍ନୀତି ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ହେଲେ ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ଚଳାଇବାକୁ ଚେଷ୍ଟା କରିଥିଲେ । ହେଲେ ହଟ୍ଟଗୋଳ ବଢିବାର ଦେଖି ସେ ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଏହା ପରେ ବିଧାନସଭାରେ ବାଚସ୍ପତିଙ୍କ ଚ୍ୟାମ୍ବର ବିରୋଧୀ ଘେରାଉ କରିଛନ୍ତି । ଖଣି ଦୁର୍ନୀତି ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ଏଭଳି କରିଥିବା ଜଣାପଡିଛି । ବିରୋଧୀ ଦଳ କୁହା ଯାଇଛି ଯେ ପର୍ଯ୍ୟନ୍ତ ମୁଲତବୀ ପ୍ରସ୍ତା୍ୱକୁ ସମ୍ମତି ପ୍ରଦାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଘେରାଉ କରିବୁ । ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରି ରଖିଛନ୍ତି । ଏହାପରେ ଉପ ବାଚସ୍ପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଳତବୀ ରଖିଛନ୍ତି ।