ଭୁବନେଶ୍ୱର, ବିରୋଧୀ ଦଳ ପକ୍ଷରୁ ଖଣି ଦୁର୍ନୀତି ସମ୍ପର୍କିତ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରା ନ ଯିବା କାରଣରୁ ବିଧାନସଭାରେ ଆଜି ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକୁ ବାରମ୍ବାର ମୁଲତବୀ କରି ପଡିଥିଲା । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମେ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।