ନୂଆଦିଲ୍ଲୀ, ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତମାନ ପର୍ଯ୍ୟନ୍ତ ୬୮.୭୫ କୋଟି ଟିକା ଦିଆଯାଇସାରିଛି । ଗତ ୨୪ଘଂଟା ମଧ୍ୟରେ ଭାରତରେ ୩୮,୯୪୮ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ସକ୍ରିୟ ମାମଲା ସର୍ବମୋଟ ମାମଲାର ୧. ୨୩ପ୍ରତିଶତ ଅଟେ ।
ଭାରତରେ ବର୍ତମାନ ୪,୦୪, ୮୭୪ ସକ୍ରିୟ ମାମଲା ରହିଛି । ବର୍ତମାନ ଆରୋଗ୍ୟ ହାର ୯୭.୪୪ ପ୍ରତିଶତ ଅଟେ । ଗତ ୨୪ଘଂଟା ମଧ୍ୟରେ ୪୩,୯୦୩ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୧, ୮୧, ୯୯ ୫ ରୋଗୀ ସୁସ୍ଥ ହୋଇଛନ୍ତି । ସାପ୍ତାହିକ ପଜିଟିଭିଟି ହାର ବର୍ତମାନ ୨.୫୮ ପ୍ରତିଶତ ଅଟେ, ଯାହା ଗତ ୭୩ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।
ଦୈନିକ ସଂକ୍ରମଣ ହାର ୨.୭୬ ପ୍ରତିଶତ ଅଟେ, ଯାହା ଗତ ୭ଦିନରେ ୩ ପ୍ରତିଶତରୁ କମ୍ । ବର୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୧୪କୋଟି ପରୀକ୍ଷଣ କରାଯାଇସାରିଛି ।