
ଭୁବନେଶ୍ୱର, ରାଜ୍ୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ତଥା ନିର୍ମାଣ ସମୟରେ ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଥିବା ଲୋକ ମାନଙ୍କ ପାଇଁ ନୂତନ ବୋରିଂ ବ୍ୟବସ୍ଥା କରା ନ ଯାଉଥିବା ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଏ ସମ୍ପର୍କିତ ପ୍ରଶ୍ନ ଆଲୋଚନା ବେଳେ ୭୨ ଜଣ ବିଧାୟକ ଆଲୋଚନା ପାଇଁ ଚାହିଁଥିଲେ । ଗୃହର ଉଦବେଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଧାନସଭା ପରେ ବିଧାୟକ ମାନଙ୍କୁ ଡାକି ଜିଲ୍ଲା ବାରୀ ବୈଠକ କରି ଏହି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ ।
ଆଲୋଚନା ବେଳେ ଗୃହରେ ପଂଚାୟତିରାଜ ମନ୍ତ୍ରୀ ଉତରରେ କହିଛନ୍ତି, ରାଜ୍ୟରେ ୯୦ ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । କୌଣସି ପାନୀୟ ଜଳ ପ୍ରକଳ୍ପ କରିବା ପୂର୍ବରୁ ପ୍ରଥମେ ଆରଡବ୍ଲୁଏସଏସ ଯାଇ ସର୍ଭେ କରନ୍ତି ଏବଂ ପରେ କୌଣସି ଏକ କନ୍ସଟାଲିସକୁ ଷ୍ଟଡ଼ି କରିବାକୁ ଦିଆଯାଇ ଥାଏ । ଏହା ପରେ ଆମେ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିଥାଉ । ସବୁ ପ୍ରକଳ୍ପ ସ୍ୱଚ୍ଛତାର ଶହ କାର୍ଯ୍ୟକାରୀ ହେଉଛି ମାତ୍ର ୪ ରୁ ୫ ପାଂଚ ମାସ ସମୟ କେଉଁଠି ଟିକିଏ ବିଳମ୍ବ ହେଉଛି । ତେବେ ଉଭୟ ଶାସକ ଓ ବିରୋଧୀ ଦଳର ୭୨ ଜଣ ସଦସ୍ୟ ଏହି ବିଷୟରେ ଆଲୋଚନା ପାଇଁ ଚାହୁଁଥିବାରୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦେଶ ଦେଇଥିଲେ ।