
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ଇତିହାସ ବିଭାଗର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ” ବଣ୍ଡା ଜନଜାତିର ସାମାଜିକ ପ୍ରଥା ଓ ପରମ୍ପରା”ଉପରେ ଆଲୋକପାତ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଢ଼ଙ୍ଗୀ ଯୋଗଦାନ କରି ନିଜ ମତ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଲିଙ୍ଗରାଜ ମିଶ୍ର, ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ଓ ଇଂରାଜୀ ବିଭାଗର ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ଯୋଗଦାନ କରିଥିଲେ । ଏହି ଅବସରରେ ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ବଣ୍ଡା ଜନଜାତିର ସାମାଜିକ ପ୍ରଥା ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଅଧ୍ୟାପକ ଜୀମୂତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।