
ଖୋର୍ଦ୍ଧା, ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଭୁବନେଶ୍ୱର ସ୍ଥିତ ଘରେ ଆଜି ଖୋର୍ଦ୍ଧା ପୋଲିସ ପକ୍ଷରୁ ଚଢ଼ଉ କରାଯାଇଛି । ଖୋର୍ଦ୍ଧା ଏସଡ଼ିପିଓ ସୁଶିଲ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ଉ କରିଛି । ଏହି ଯାଂଚ୍ ସମ୍ପର୍କରେ ସୂଚନା ଦେଇଛନ୍ତି ଏସଡ଼ିପିଓ ଶ୍ରୀ ମିଶ୍ର ।
ସେ କହିଛନ୍ତି ଯେ, ମାନସ ଦାସଙ୍କ ମାନବବାଦ ସଂଗଠନ ସମ୍ପର୍କରେ ଯାଂଚ୍ ଚାଲିଛି । ଏହି ସଂଗଠନ ରେଜିଷ୍ଟ୍ରେସନ ହୋଇଛି କି ନାହିଁ ସେନେଇ ମଧ୍ୟ ଯାଂଚ୍ କରାଯାଉଛି । ତେବେ ଯାଂଚ୍ ବେଳେ ତାଙ୍କ ଘରୁ କିଛି ଫଟୋ, ବ୍ୟାନର ମିଳିଥିବା ଏସଡ଼ିପିଓ କହିଛନ୍ତି ।ପ୍ରକାଶ ଥାଉ କି, ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ମାନସ । ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ଆଦି ଦଫାରେ ତାଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି । ମାନସଙ୍କ ପୁଅକୁ ମଧ୍ୟ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।