ପୁରୀ, ଶ୍ରୀମନ୍ଦିରରେ ସକାଳ ୭ଟା ଠାରୁ ଭକ୍ତ ମାନଙ୍କ ଦର୍ଶନ ଜାରୀ ରହିଛି । ଦର୍ଶନ ଚାଲିଥିବା ବେଳେ ଜଣେ ଭକ୍ତ ଧୁକୁଡ଼ି ଦ୍ୱାର ଦେଇ ଦୌଡି ଦୌଡି ଯାଇ ରତ୍ନ ସିଂହାସନକୁ ଛୁଇଁଥିଲେ । ସେଠାରେ ମୁଣ୍ଡିଆ ମାରି ଫେରିବା ସମୟରେ ଜଗନ୍ନାଥ ଟେମ୍ପଲ ପୋଲିସ (ଜେଟିପି) ତାଙ୍କୁ ନେଇ ଗାରଦରେ ବସାଇଥିଲେ । ସମ୍ପୃକ୍ତ ଭକ୍ତଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପକ୍ଷରେ ଏହି ଘଟଣାକୁ ଚାପି ଦେବା ପାଇଁ ଭିତିରି ଉଦ୍ୟମ ଚାଲିଥିବା ଶୁଣାଯାଉଛି । କରୋନା କଟକଣା ଯୋଗୁଁ ଭକ୍ତ ମାନେ ଧାଡ଼ିରେ ଯାଇ ବାହାର କାଠ ପାଖରେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ।