ଭୁବନେଶ୍ୱର, କରୋନା ନାମରେ ଚଳିତ ବର୍ଷ ମଧ୍ୟ ମା ଦୁର୍ଗାଙ୍କ ପ୍ରତିମୂର୍ତିକୁ ଚାରିଫୁଟ ମଧ୍ୟରେ ରଖିବା ଓ ବିନା ଭକ୍ତରେ ପୂଜା କରା ଯିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଜାରୀ କରା ଯାଇଥିବା ନିର୍ଦେଶନାମାକୁ ପ୍ରତ୍ୟାହାର କରି ସଠିକ ଭାବେ କରୋନା କଟକଣା ମଧ୍ୟରେ ପୂଜା ପାଳନ କରିବାକୁ ବିଧାନସଭାରେ ଦାବି ହୋଇଛିା
ବିଧାନସଭାରେ ଏହି ପ୍ରଶ୍ନ ଉଠାଇ କଟକ ବାରବାଟି ବିଧାୟକ ମୋହମ୍ମଦ ମୋକିମ କହିଛନ୍ତି ଯେ କଟକ ଶହର ହଜାରେ ବର୍ଷ ପୁରୁଣା ସହର । କେବଳ କଟକ ନୁହେଁ ରାଜ୍ୟର ବିଭିନ୍ନ ଅଂଚଳରେ ଦୁର୍ଗା ପୂଜା ଧୁମଧାମରେ ପାଳନ ହୋଇଥାଏ । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଦୂର୍ଗା ପୂଜାକୁ ନେଇ ଯେଉଁ ଗାଇଡଲାଇନ ଜାରୀ କରା ଯାଇଛି ତାହା ଧର୍ମୀୟ ଭାବନାକୁ ଆଘାତ ଦେଉଛି । ଏହାକୁ ପ୍ରତ୍ୟାହାର କରି କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ କରିବାକୁ ଅନୁମତି ଦେବାକୁ ବାଚସ୍ପତି ରୁଲିଂ ଦେବା ପାଇଁ ସେ ଦାବି କରିଥିଲେ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ପ୍ରଶ୍ନ ଉଠାଇଥିଲେ ।