ଭୁବନେଶ୍ୱର, ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନର ବିକାଶରେ ବିଳମ୍ବ ହେବାକୁ ନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠିଛି । ପ୍ରଶ୍ନୋତର କାର୍ଯ୍ୟକ୍ରମ ବେଳେ ଏ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ବେଳେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରକଳ୍ପରେ ହେଉଥିବା ବିଳମ୍ବ ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟ ଓ କେନ୍ଦ୍ର ସରକାରକୁ କାଠଗଡାରେ ଠିଆ କରାଇଥିଲେ । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ରକଳ୍ପରେ ହେଉଥିବା ବିଳମ୍ବର କାରଣ ସମ୍ପର୍କରେ ଅବଗତ କରାଇବା ସହ ସେ ସବୁ କୁ ଦୂର କରି ପ୍ରକଳ୍ପ କାମ କ୍ଷୀପ୍ର ଗତିରେ ଚାଲୁଛି ବୋଲି ଗୃହକୁ ସୂଚନା ଦେଇଥିଲେ ।
ସେ କହିଥିଲେ ଯେ ସ୍ମାର୍ଟସିଟି ମିସନ ଅନ୍ତର୍ଗତ ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନର ବିକାଶ କରାଯାଉଛି । ପ୍ଲାଟଫର୍ମ ନଂ ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ୱେ ବି ରେଳ ବିଭାଗ ପକ୍ଷରୁ କୌଣସି ଉତର ମିଳିନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଷ୍ଟେସନର ବିକାଶ ପାଇଁ ନିଷ୍ପତି ନେଇଛନ୍ତି । କୋଭିଡ ସ୍ଥିତି, ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିଅରାନ୍ସ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି ।
ସେ କହିଛନ୍ତି ଯେ ଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ । ମଲ୍ ଓ ମାର୍କେଟ କମ୍ପେ୍ଲକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ବିଲ୍ଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତୃପକ୍ଷଙ୍କ କ୍ଲିଅରାନ୍ସ ଆବଶ୍ୟକ ଥିବା ବେଳେ ତାହା ମିଳି ସାରିଛି । ପ୍ଲାନ୍ ଓ ଡିଜାଇନ୍ ବି ଶେଷ ହୋଇଛି । ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ ଓ ପାରିପାର୍ଶ୍ୱିକ ଭିତିଭୂମି ବିକାଶ କରିବେ ରାଜ୍ୟ ସରକାର