ଭୁବନେଶ୍ୱର,ସ୍କୁଲରେ କରୋନା ସଂକ୍ରମଣ ବଢିବା ସମ୍ପର୍କରେ ସୂଚନା ମିଳିବା ପରେ ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । କରୋନାର ଲକ୍ଷଣ ଥିଲେ ପିଲା ମାନଙ୍କୁ ସ୍କୁଲ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଆଗରୁ ଏପରି ଆଶଙ୍କା କରା ଯାଉଥିଲା । ଏବେ ବଢୁଛି ସେଥିରୁ ଦେଖିବାକୁ ପଡ଼ିବ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହୋଇଛନ୍ତି ।
ସେ କହିଛନ୍ତି ଯେ ଏଥି ପାଇଁ ଅଲଗା ବାଟ କିଛି ନାହିଁ କେବଳ ସର୍ଭିଲାନ୍ସ କଡ଼ାକଡ଼ି କରିବାକୁ ପଡ଼ିବ । କେଉଁଠି କୋଭିଡ କଟକଣା ଢିଲା ହୋଇଛି କି ତାକୁ ଦେଖିବାକୁ ପଡ଼ିବ । ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଯଦି କାହା ପାଖରେ କରୋନାର ଲକ୍ଷଣ ରହୁଛି, ସେହି ଛାତ୍ରଛାତ୍ରୀମାନେ ସ୍କୁଲ ନ ଆସନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ ଭେଂଟିଲେଟରରେ କେହି ପିଲା ନାହାନ୍ତି । ଆଇସିୟୁରେ ମାତ୍ର ୦.୨ ପ୍ରତିଶତ ପିଲା ଅଛନ୍ତି । ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ ଥିବା ହସପିଟାଲାଇଜେସନ୍ ରେଟରୁ ଜଣାପଡ଼ୁଛି ଅଧ । ଆର୍ ଭାଲ୍ୟୁ ଭୁବନେଶ୍ୱର ଓ କଟକରେ ୧ ଅଛି । ଉପକୂଳରେଏହା ୦.୯ ଅଛି । ଆମର ଆଡମିସନ କମ୍, ଭେଂଟିଲେଟର କମ୍, ସିଭିଅରିଟି କମ୍ ଅଛି । ତେଣୁ ଆମେ କଟକଣା ମାନିବା ବୋଲି ସେ କହିଛନ୍ତି ।