୨୦୧୪ ମସିହାରେ ରାଜୀବ ଗାନ୍ଧୀ ଆବାସ ଯୋଜନା ସର୍ଭେ, ପରେ ୨୦୧୮ ରେ ଜାଗା ମିଶନ ରେ ଅନ୍ତର୍ଭୁକ୍ତ ପାଇଁ ସର୍ଭେ ହୋଇଥିଲା ହେଲେ ପ୍ରତାରିତ ହେଉଥିଲେ ବସ୍ତି ବାସିନ୍ଦା | ପୁଞ୍ଜିପତି ଙ୍କ ପାଇଁ କୌଣସି ନିୟମ ନାହିଁ ଗୋଟେ ପରେ ଗୋଟେ ହୋଟେଲ ସବୁଦିନ ନିର୍ମାଣ ହେଉଛି | ହେଲେ ଗରିବ ବସ୍ତିବାସିନ୍ଦା ଙ୍କ ପାଇଁ ନିୟମ ଏହାକି – ମଧୁର ଜଳ ପ୍ରପାତ ଅଞ୍ଚଳ | ଏହା ବାରମ୍ବାର ବିରୋଧ ପରେ ୨୦୨୧ ଅଗଷ୍ଟ ରେ ପୁନଶ୍ଚ ସର୍ଭେ ହୋଇଥିଲା ଏବଂ ୩୧ଅଗଷ୍ଟ ରେ ପଟ୍ଟା ଦେବା ପାଇଁ ବସ୍ତିବାସିନ୍ଦାଙ୍କୁ ପ୍ରତିଶୃତି ଦେଇଥିବା ପ୍ରଶାସନ ପୁଣି ଛଳନା କରୁଛି | ଏହି ପ୍ରଶାସନ ର ଛଳନା ବିରୋଧରେ ବଳିଆପଣ୍ଡା ବିଜୟନଗର ବସ୍ତି ବାସିନ୍ଦା ଏକାଠି ହୋଇ ୦୬ ସେପ୍ଟେମ୍ବର ୨୦୨୧ ସକାଳ ୧୧ଟା ସମୟରେ ଏକ ମହା ସମାବେଶ ରା଼ଲ୍ଲୀ ମାଧ୍ୟମରେ ଜ଼ିଲ୍ଲାପାଳ ଅଫିସ ନିକଟକୁ ଆସିଥିଲେ | ଏହିଠାରେ ସମସ୍ତ କୋଭିଡ ଆକ୍ଟକୁ ମାନିନେଇ ଶାନ୍ତିପୂର୍ଣ ଅହୋରାତ୍ରି ସତ୍ୟାଗ୍ରହ ଅନଶନ ରେ ବସିଛନ୍ତି | ଯେ-ପଯ୍ୟନ୍ତ ହକ ନମିଳିଛି ସେ-ପଯ୍ୟନ୍ତ ସମସ୍ତେ ଉଠିବୁ ନାହିଁ ଏବଂ ସର୍ଭେ ସରିଛି ପଟ୍ଟା ମିଳିଲେ ସତ୍ୟାଗ୍ରହ ଭଙ୍ଗା ଯିବ ବୋଲି ସମସ୍ତେ ପ୍ରତିଶୃତି ବଦ୍ଧ ବୋଲି ବସ୍ତି ବାସିନ୍ଦା କହିଛନ୍ତି |