କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଟାଉନ ହଲ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ପୁରୀ ବେଳାଭୂମି ସୁରକ୍ଷା ସମିତି ତରଫରୁ ବ୍ଲୁ ଫ୍ଲାଗ ବିଚରେ ପରିଣତ ବିରୁଦ୍ଧରେ ରାଲି ହୋଇଥିଲା |ପବିତ୍ର ପୁରୀର ମହୋଦଧି ତୀର୍ଥରାଜ ସମୁଦ୍ରକୂଳକୁ ବେଆଇନ ଭାବେ ପ୍ରଶାସନ ବ୍ଲୁ ଫ୍ଲାଗ ବିଚରେ ପରିଣତ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି । ଏହାକୁ ପୁରୀ ବେଳାଭୂମି ସୁରକ୍ଷା ସମିତି ଆନୁକୁଲ୍ୟରେ ହଜାର ହଜାର ଲୋକ ବିରୋଧ କରୁଛନ୍ତି । ଏହାଦ୍ବାରା ପର୍ଯ୍ୟଟନ ଓ ତୀର୍ଥଯାତ୍ରୀ ଓ ସମସ୍ତ ଲୋକଙ୍କର ସମୁଦ୍ରକୂଳକୁ ଯିବା ସ୍ବାଧୀନତା ହରାଇବେ । ହଜାର ହଜାର ମତ୍ସ୍ୟଜୀବୀ, ଫଟୋଗ୍ରାଫର, ମାଳି, ଚୁଡି, ଶଙ୍ଖ ବ୍ୟବସାୟୀ, ଓଟ ଓ ଘୋଡା ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟୀ,ଲାଇଫ ଗାର୍ଡ, ମାଲିସ ବାଲା, ଝାଲମୁଢି ବାଲା, ଚା-କଫି ବାଲା, ଆଦି ଗରିବ ଲୋକମାନେ ନିଜ ଜୀବନ ଜୀବିକା ହରାଇବେ । ପୁରୀ ସମୁଦ୍ର ଏକ ଧାର୍ମିକ ସମୁଦ୍ର ଓ ଏହା ଗୋଆ, ବମ୍ବେ , ମାଡ୍ରାସ, ଲଣ୍ଡନ, ଆମେରିକା ସମୁଦ୍ରକୁକ ଭଳି ନୁହେଁ । ଏଠାକୁ ପ୍ରତି ଅମାବାସ୍ୟାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆସି ବୁଡ ପକାନ୍ତି । ଏଠି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସମୁଦ୍ର ଆଳତି କରନ୍ତି । ଏଠି ଗୋବିନ୍ଦ ଦ୍ଵାଦଶୀ ବୁଡ, ବାବନ ଦ୍ଵାଦଶୀ ବୁଡ, ଗଙ୍ଗାସାଗର ବୁଡ, କାର୍ତ୍ତିକ ପୂର୍ଣ୍ଣିମା ବୁଡ ଓ ପରାଗ ତଥା ଗ୍ରହଣ ମାନଙ୍କରେ ଲକ୍ଷ ଲକ୍ଷ ଲୋକ ବୁଡ ପକାନ୍ତି । ଏହି ହଜାର ହଜାର ଲୋକ ଶ୍ରାଦ୍ଧ କରିବା ସହିତ ତିଳୋତର୍ପଣ କରନ୍ତି । ଏହାର କୂଳରେ ପବିତ୍ର ତମ ସ୍ୱଂଶାନ ସ୍ବର୍ଗଦ୍ବାର ସ୍ଥାପିତ ହୋଇଛି । ଏହି ସମୁଦ୍ରର ବାଙ୍କି ମୁହାଣରେ ମହାପ୍ରଭୁଙ୍କ ଦାରୁବ୍ରହ୍ମ ଲାଗିଥିଲା । ନିୟମ ଅନୁଯାୟୀ ବ୍ଲୁ ଫ୍ଲାଗ ବିଚ ଜନବସତି ଠାରୁ ଦୂରରେ ହେବା (Isolation Area) ଉଚିତ ମାତ୍ର ଏହାକୁ ବେଆଇନ ଭାବରେ ପୁରୀ ସହରରେ କରାଯାଉଛି ବରଂ ଏହାକୁ ପୁରୀ କୋଣାର୍କ ବେଳାଭୂମି ମାର୍ଗ ଓ ଷ୍ଟଇଁ ମୁହାଣ ଆରପଟେ କଲେ ଉଚିତ ହୁଅନ୍ତା ଓ ଉକ୍ତ ବେଳାଭୂମି ଅଞ୍ଚଳରେ ବିକାଶ ହୁଅନ୍ତା ।ଏହି କାର୍ଯ୍ୟକ୍ରମକୁ ଓଡିଶା ବିଧାନ ସଭାର ବିଭିନ୍ନ ଦଳର ବିଧାୟକ ଓ ରାଜ୍ୟର ଅନ୍ୟାନ୍ୟ ନେତାମାନେ ବିରୋଧ କରୁଛନ୍ତି ।ତୁରନ୍ତ ଏହାକୁ ବନ୍ଦ କରିବାକୁ ପ୍ରଶାସନ ଓ ସରକାର ଘୋଷଣା ନକଲେ ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ ହେବା ସହିତ , ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଭେଟିବା ସହ ଆଇନର ଆଶ୍ରୟ ନିଆଯିବ ବୋଲି ପୁରୀ ବେଳାଭୂମି ସୁରକ୍ଷା ସମିତିର ସଭାପତି ଶ୍ରୀ ପ୍ରିୟଦର୍ଶନ ପଟ୍ଟନାୟକ ଏହି ସୂଚନା ପ୍ରଧାନ କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024